STORYMIRROR

kahnu charan sahu

Abstract

2  

kahnu charan sahu

Abstract

ବାପା ଓ ଶୀତ

ବାପା ଓ ଶୀତ

1 min
128

ଭୀଷଣ ଜାଡ଼ରେ

ଥରୁଥାନ୍ତି, ଥରୁଥାଏ ତାଙ୍କ

ଆପାଦ ମସ୍ତକ

ତଥାପି ସିଏ

ଖାତିର ନ କରି

ଶୀତର ପ୍ରକୋପକୁ

ସ୍ବପ୍ନ ମୁହାଁ ହୋଇଥାନ୍ତି


କେନାଲ ପାଣି

ଆଉ ରଫା

ସହ ମଜ୍ଜି ଯାଇଥାନ୍ତି

ଖାସ ପରିବାର ର

ମୁଠାଏ ଖୁସି ପାଇଁ

ପୁଅ ଝିଅ କୁ ଭଲ ମଣିଷଟିଏ

ଗଢି ତୋଳିବା ପାଇଁ


ଶୀତ ଲହଡି ଭାଙ୍ଗେ

ତାଙ୍କ ଛପନ ଇଞ୍ଚର ଛାତିରେ

କିଛି କରିପାରେନି

ତାଙ୍କୁ ବି କିଛି ଫରକ ପଡେନି


ପଚାରିଲେ କହୁଥାନ୍ତି

ଶୀତ, ଶୀତ ନୁହେଁ ଏ ଆମ ମିତ

ଜାଡ ନୁହେଁ ଏ ଆମ ଦେହ

ମନୋବଳ କୁ ଜଡ଼ କରିଦିଏ

ସ୍ୱପ୍ନକୁ ସାକାର କରିବାର

ମାର୍ଗ ଦେଖେଇ


ପୁଅ ଝିଅଙ୍କ

ଉଡାଣ ପଛରେ

ସିଏ ନିଜକୁ ସମର୍ପି ଦେଇଥାନ୍ତି

ଖରା ବର୍ଷା ଆଉ

ଅସହ୍ୟ ଶୀତ ରାତିକୁ


ଯନ୍ତ୍ରଣା କୁ

ଖୁବ ପାଖରୁ ସମାଲୋଚନା କରନ୍ତି

ହାରିବାକୁ ଦିଅନ୍ତିନି

କେବେ ଦୁନିଆ ଆଗରେ

ପୁଅ ଝିଅକୁ


ଶୀତ ରାତିର

ଥରୁଆ ଦେହ

କିଛି ବି କରିପାରେନି

ତାଙ୍କ ଦେହକୁ ଛୁଇଁଗଲା ପରେ

ଖାଲି କହିଯାଏ

ତୁମେ ସଫଳ ତୁମ କର୍ମରେ

ତୁମେ ହିଁ ବୀର ଯୋଦ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract