STORYMIRROR

Ajay kumar Behera

Inspirational

3  

Ajay kumar Behera

Inspirational

ବାପା କହୁଥିଲେ

ବାପା କହୁଥିଲେ

1 min
14


ବାପା କହୁଥିଲେ

ପୁଅ ମୋର ବଡ଼ ଡାକ୍ତର ହେବ

ପାଠ ପଢି ସିଏ

ରୋଗୀ ଦୁଃଖୀଙ୍କର ସେବା କରିବ।୧।


ମାଆ କହୁଥିଲେ

ପୁଅ ମୋର ଇଂଜିନିୟର ହେବ

କୋଠାବାଡ଼ି କାମ

ସବୁ ଯେ ତା ଈଶାରାରେ ହୋଇବ।୨।


ପୁଅ ପଢ଼ା ନେଇ

ବାପା ମାଆ ଦିନେ କରିଲେ କଳି

ତାଙ୍କ ବାଗ ଦେଖି

ଦୁଷ୍ଟ ପିଲାଟି ସେ ମାରିଲା ତାଳି।୩।


ଏତେ କଥା ପୁଣି

ଦୁହେଁ ତ ମୋ ପାଇଁ ଭାବୁଛ କିଆଁ

ପାଠ ପଢା କଥା

ସତେ ଯେ ମୋ ଦେହେ ଲଗାଏ ନିଆଁ।୪।


ଇଚ୍ଛା ନାହିଁ ମୋର

ଭାରି କଷ୍ଟ ସେଇ ପାଠ ପଢାରେ

ଦାଦନ ଯିବି ମୁଁ

ହେଉ ଯେତେ ଦୂର ବିନା ଚିନ୍ତାରେ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational