STORYMIRROR

Hasyamayee Raj

Inspirational Others

3  

Hasyamayee Raj

Inspirational Others

ବାପା ଏକ ଭିନ୍ନ ଗଣିତ

ବାପା ଏକ ଭିନ୍ନ ଗଣିତ

1 min
268


ବାପାଙ୍କ ହୃଦୟର

କ'ଣ ଥାଏ ବର୍ଣ୍ଣନା ? 

କ'ଣ ଥାଇପାରେ ପରିମାପ ?? 

ସେ ତ ଆକାଶ ପରି ବିଶାଳ

ପର୍ବତ ପରି କଠୋର

ସମୁଦ୍ର ପରି ଗମ୍ଭୀର

ଉପରେ ସେ ଯେତେ କଠୋର

ଭିତରେ ସେ ସେତେ କୋମଳ, 

ପର୍ବତରୁ ବହିଆସେ ଯେମିତି

ଛଳ ଛଳ ଝରଣାର ସ୍ଵର

ସମୁଦ୍ରରେ ଯେମିତି ନୀଳ ନୀଳ

ଚପଳ ଢେଉମାଳ

ଆଉ ଆକାଶରେ ପୁଣି ଯେମିତି

ନାନା ରଙ୍ଗ ନାନା ରୂପ

ବଉଦର ଖେଳ ।

ବାପା ତ ଠିକ୍ ଏଭଳି

ତା'ଠୁ ଆଦୌ ଅଲଗା ନୁହେଁ....

ବାପା ଥିଲେ ଘର ପୁରା ଚୁପ୍ ଚାପ୍

କାରଣ ବାପାଙ୍କର ଥାଏ ଆକଟ

ହୋ ହାଲ୍ଲାରେ.... 

ବାପା ବି କମ୍ ନୁହନ୍ତି

ଖୁବ୍ ଅଲଗା ପାଲଟି ଯାନ୍ତି

ମଜା ମସ୍ତି ବେଳରେ ।

ବାପା ସବୁବେଳେ ବାପା

ଭିନ୍ନ ତାଙ୍କ ସ୍ନେହର ଭୂଗୋଳ

ଶ୍ରେଷ୍ଠ ତାଙ୍କ ଆଶ୍ବାସନା କୋଳ

ସେ ଥାପିଦେଲେ ହାତ 

ଚନ୍ଦନର ମହକରେ ଭରିଯାଏ

ଧୂ ଧୂ ଖରା ବେଳ, 

ଖୁବ୍ ଆଶ୍ଚର୍ଯ୍ୟ ଲାଗେ

ସମସ୍ତଙ୍କୁ ଭର୍ ପୁର୍ କରି

ନିଜକୁ କେମିତି ସେ ବାଣ୍ଟୁଥାନ୍ତି

ତିଳ ତିଳ । 

ସତରେ ବାପା ଏକ

ଭିନ୍ନ ଗଣିତ

ଯାହାର ସମାଧାନର ସୂତ୍ର

ଭରୁଥାଏ ଜୀବନର ମନ୍ତ୍ର, 

ସେ ଅନନ୍ଯ, ଅସାମାନ୍ଯ, ସ୍ବତନ୍ତ୍ର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational