STORYMIRROR

Samar Ballav Bhoi

Abstract Action Inspirational

3  

Samar Ballav Bhoi

Abstract Action Inspirational

ବାପା ଆଉ ମୋ ଖୁସି

ବାପା ଆଉ ମୋ ଖୁସି

1 min
179


ପିଲାଦିନ କଥା ପଡ଼ିଲେ ମନେ

ମନେ ପଡେ ସେଇ ସବୁ ଛୁଟିଦିନ

ଏକ୍ସମାସ ଛୁଟି ଅଟେ ସମୟ ବେଶୀ

ବୁଲିବାକୁ ସମସ୍ତଙ୍କ ହୁଏ ମନ।।


ପରିବାର ସବୁ ଏକାଠି ହୋଇ

ବୁଲିବାକୁ ଯାଉ ଭ୍ରମଣ ସ୍ଥାନ

ଗାଡି ଭଡ଼ା କରି ଭ୍ରମଣରେ ଯାଉ

ପୁରୀ କୋଣାର୍କ ନନ୍ଦନକାନନ।।


ଖାଇବାକୁ ମିଳେ ସବୁ ପ୍ରକାର

ବଣଭୋଜି ସାଥେ ବୁଲା ବୁଲି

ଇତିହାସ ଆଉ ଭୂଗୋଳ ପାଠ

ଜାଣି ହୁଏ ସବୁ ବୁଲିଲେ ଖାଲି।।


ସ୍କୁଲ ପାଠପଢ଼ା ସାରିବା ପରେ

ବାପା ଯୋଜନା କରନ୍ତି ବୁଲି ଯିବାକୁ

ଭାରି ଖୁସି ଲାଗେ ସେହି ସମୟ

ମିଳେ ଅନେକ କିଛି ଜାଣିବାକୁ।।


ଅବସର ବିନୋଦନ ଅଟେ ଖୁସି ସମୟ

ବାପା ଅଟନ୍ତି ସବୁର ବିଚାରକ

ତାଙ୍କ ବିନା ସବୁ ଲାଗେ ଅନ୍ଧାର

ଖୁସି ପାଇଁ ସେ ଅଟନ୍ତି ନିର୍ଣ୍ଣାୟକ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract