STORYMIRROR

Kulamani Sarangi

Classics

2  

Kulamani Sarangi

Classics

ବାଣୀପୁତ୍ର ଗଦାଧର ସିଂହସାମନ୍ତ

ବାଣୀପୁତ୍ର ଗଦାଧର ସିଂହସାମନ୍ତ

1 min
14.5K


ଦ୍ବିତୀୟା ଚନ୍ଦ୍ର ବର୍ଣ୍ଣନା(୭ମ ପଦ)

******************************************

ପ୍ରିୟତମାର ଅଭିମାନ ଭାଙ୍ଗିବା ପାଇଁ ନାୟକ,ଆକାଶରେ ବଙ୍କିମ ଚାହାଣି ଢାଳି ହସୁଥିବା,ଶୁକ୍ଳପକ୍ଷର ଦ୍ବିତୀୟା ତିଥିର ଜହ୍ନପ୍ରତି ଦୃଷ୍ଟି ଆକର୍ଷଣ କରି କହୁଛି "ରେ ପ୍ରିୟତମା !.....

"କପୋତ ଅଟଇ ବିରହୀ ପ୍ରାଣ,

ତା ଲକ୍ଷରେ ପଞ୍ଚବାଣ ସଞ୍ଚାଣ,

ଯେଣୁ ପତନକୁ ଆରମ୍ଭି ଆସେ

ଅର୍ଦ୍ଧକୁଞ୍ଚିତ ପକ୍ଷଦ୍ବୟ ଦିଶେ ରେ

ଚାହାଁ ଚଳନେତ୍ରାଞ୍ଚଳାରେ,

ଏ ନୋହେ ବଳକ୍ଷ ପକ୍ଷଜାତ ରୁକ୍ଷପତିର ଦ୍ବିତୀୟାକଳା ରେ।"

******************************************

ଟୀକା

.........

କପୋତୀ ଅଟଇ ବିରହୀ ପ୍ରାଣ.....ବିରହୀର ପ୍ରାଣ କପୋତ ପକ୍ଷୀ ସଦୃଶ ଅଟେ।

ପଞ୍ଚବାଣ......କନ୍ଦର୍ପ

ପତନକୁ ଆରମ୍ଭି ଆସେ...ଝାମ୍ପିନେବାକୁ ଆକାଶରୁ ତଳକୁ ଖସି ଆସେ।

ଅର୍ଦ୍ଧକୁଞ୍ଚିତ ପକ୍ଷଦ୍ବୟ....ଅଧା ଲୋଚାଇ ଥିଲାପରି ଦିଶୁଥିବା ପକ୍ଷଦ୍ବୟ।

ଚଳନେତ୍ରାଞ୍ଚଳା....ଚଞ୍ଚଳନେତ୍ରୀ

ବଳକ୍ଷପକ୍ଷ....ଶୁକ୍ଳପକ୍ଷ

ରୁକ୍ଷପତି.....ତାରାମାନଙ୍କର ପତି ଚନ୍ଦ୍ର।

******************************************

ସରଳାର୍ଥ

..............

ନାୟକ ନାୟିକାକୁ କହୁଛି "ରେ ଚଞ୍ଚଳାକ୍ଷୀ ପ୍ରିୟତମା ! ବିରହୀର ପ୍ରାଣ ରୂପକ କପୋତ ପକ୍ଷୀକୁ ଶିକାର କରିବା ଉଦ୍ଦେଶ୍ୟରେ,କନ୍ଦର୍ପ ସଞ୍ଚାଣ ଆକାଶ ମାର୍ଗରୁ ତଳକୁ ଝାମ୍ପିବାକୁ ଆରମ୍ଭ କରିଛି।ତେଣୁ ତାର ଅର୍ଦ୍ଧକୁଞ୍ଚିତ ପକ୍ଷଦ୍ବୟ ପଶ୍ଚିମାକାଶରେ ଦେଖା ଯାଉଛି।ଏହା ସେହି ସଞ୍ଚାଣର ଅର୍ଦ୍ଧକୁଞ୍ଚିତ ପକ୍ଷଦ୍ୱୟ , ଶୁକ୍ଳପକ୍ଷର ଦ୍ବିତୀୟା ଚନ୍ଦ୍ର ନୁହେଁ।

******************************************

କବି ପରିଚୟ

...................

ଗଦାଧର ସିଂହସାମନ୍ତ....ସାମନ୍ତ ଚନ୍ଦ୍ରଶେଖରଙ୍କ ମଧ୍ୟମ ପୁତ୍ର।

ଜନ୍ମ......୧୮୭୭ ମସିହା।

ତିରୋଧାନ.....୧୯୬୪ ମସିହା

କୃତି....ପ୍ରବନ୍ଧ ପଞ୍ଚାମୃତ(ପ୍ରଥମ ଓ ଦ୍ବିତୀୟ ଭାଗ),୧୯୫୮ ମସିହାରେ ମୁଦ୍ରିତ,ବର୍ତ୍ତମାନ ଦୁଷ୍ପ୍ରାପ୍ୟ।

******************************************

କ୍ରମଶଃ..........


Rate this content
Log in

Similar oriya poem from Classics