ବାଙ୍କଚୂଳ ବେଶ
ବାଙ୍କଚୂଳ ବେଶ
ରସିକ ନାଗର ବାଙ୍କ ଚୁଳିଆ
ମୟୁର ଚନ୍ଦ୍ରିକା ଭଳି ଭଳିଆ
ହସ୍ତରେ ବଇଁଶୀ, ରାସକୁଞ୍ଜେ ବସି
ରାଈ ଦାମୋଦର ଗୋପି ମନ ତୋଷି
ହେଲ ଗୋପପୁର ପ୍ରୀତି ରସିଆ ।
କାର୍ତ୍ତିକ ଦ୍ୱାଦଶୀ ଶ୍ରୀ ମନ୍ଦିରେ ବସି
ବାଙ୍କଚୁଡା ବେଶେ ତନୁମନ ତୋଷି
ରତ୍ନ ଓଢ଼ିଆଣି, ଶ୍ରୀ ପାଦ ଶ୍ରୀ ପାଣି
ଚନ୍ଦ୍ର ସୂର୍ଯ୍ୟ ହୀରା ନୀଳା ମୋତି ପୁଣି
ସଜେଇ ହେଉ ତୁ ଦେଖେ ଦୁନିଆ ।
ହରିଡ଼ା ବାହାଡା ସେବତୀ କଣ୍ଠି
ମାଳି ପିନ୍ଧି ଦେଉ ଭାବରେ ଗଣ୍ଠି
ଝରୁଛି ଭକତି, ଦର୍ଶନେ ମୁକତି
ମିଳଇ କୃଷ୍ଣଙ୍କ ସାଜୁଯ୍ୟ ମୁକତି
ଭାବେ ବାନ୍ଧି ନେଇ ଭାବ ରସିଆ ।
