STORYMIRROR

Rasmita Dixit

Fantasy

4  

Rasmita Dixit

Fantasy

ବାନ୍ଧବୀ

ବାନ୍ଧବୀ

1 min
203

ଆଜିଯାଏ ଏମିତି କାହାକୁ ପାଇନାହିଁ

ଯିଏ  ବୁଝିଛି ମୋର ମନର କଥାକୁ

ହୃଦୟର ଛନ୍ଦବଦ୍ଧ , ଛନ୍ଦହୀନ

ଆଳିମାଳିକା  ଆବେଗ ସବୁକୁ

ଓଠ ତ କହିପାରେନି ଅନେକ କଥା

ଅର୍ଗଳୀର  ଦ୍ୱାର ଟପି ,

ସେ ବେଳରେ ତୁ ହିଁ ମୋ ପାଖରେ

ଅଛୁ ସାନ୍ତ୍ୱନା ର ସ୍ୱର ସାଜି

ମୁକ୍ତିର ମଶାଲ ଜାଳି

ଶତ ସୂର୍ଯ୍ୟ ର ଆଲୋକ ଦେଖାଇ

କୁହାଇଛୁ ମୋର ବାକି ଥିବା

ନିଃଶବ୍ଦ ଶବ୍ଦର କିନ୍ତୁ ଓ ତଥାପି  ।


ମତେ ମୁକ୍ତ କରିଛୁ

ମୋ ଭାବନାର ହୀନ ଦାସତ୍ୱରୁ 

ସାହାଯ୍ୟ କରିଛୁ ମତେ

ନିଜକୁ ଖୋଜି ପାଇବାରେ

ଅସ୍ତ୍ର ହୋଇ ବିଦ୍ଧ କରିଛୁ

ପ୍ରତିବାଦର ଅଙ୍କାବଙ୍କା ଚିତ୍ରରେ ,

କେବେ ରେଖାରେ ତ କେବେ ଆକୃତିରେ

ଆଙ୍ଗୁଠି ଦେଖାଇ ଚେତାଇ ଦେଇଛୁ

ସମାଜ କୁ ମୋର ସ୍ଥିତି ଓ ସଂସ୍ଥିତି ସମ୍ବନ୍ଧରେ ।


ତୋର ମୋର ନାମହୀନ

ଇଏ ଏକ ଅନ୍ତରଙ୍ଗ ବନ୍ଧନ

ଯେଉଁଠି ବନ୍ଧା ରହିଛି ମୋ ହୃଦୟର

ଅନୁଭୂତ ଓ ଅନନୁଭୁତ ଯେତେକ ସ୍ପନ୍ଦନ

ମୋ କାହାଣୀର ରୂପକାର

ଶିଳାନ୍ୟାସ କରିଛୁ ମୋ ଦ୍ଵିତୀୟ ଜୀବନର ,

ତୋ ମୋ ସମ୍ପର୍କ

ବିମ୍ବ , ପ୍ରତିବିମ୍ବ ପରି

ଦେହ ଆଉ ଆତ୍ମା ପରି

ତୁ ମୋର ପ୍ରିୟ ଲେଖନୀ

ମୋର ଅତି ପ୍ରିୟ ସଖୀ , ସହଚରୀ  ।


Rate this content
Log in

Similar oriya poem from Fantasy