ବାଲ୍ୟକାଳ
ବାଲ୍ୟକାଳ
ବାଲ୍ୟକାଳେ ଶିଶୁ ଫୁଲ କଳି ସମ
ହେବ ପୂର୍ଣ୍ଣ ବିକଶିତ
ଆଦର ସୋହାଗେ ବଢାଅ ତାହାକୁ
ଝରୁ ତା' ମୁଖରୁ ହସ ।
ଅବୋଧ ବାଳକ ସ୍ୱୟଂ ଭଗବାନ
କରନାହିଁ ହତାଦର
ଶିଶୁ ଭବିଷ୍ୟତ ଦେଶ ନାଗରିକ
ଯତନରେ ପ୍ରତିପାଳ ।
ହର୍ଷ ଉଲ୍ଲାସରେ ଯେ ଦେଶର ଶିଶୁ
କାଟିପାରେ ବାଲ୍ୟକାଳ
ହସି ଉଠେ ଦେଶ ସୁନ୍ଦର ଭବିଷ୍ୟ
ଏ କଥା ସତ୍ୟ ଅଟଳ ।
