STORYMIRROR

Pabitra Sahu

Tragedy Inspirational Children

3  

Pabitra Sahu

Tragedy Inspirational Children

ବାଳୁତ ବୀର ବାଜିଆ

ବାଳୁତ ବୀର ବାଜିଆ

2 mins
421


ଢେଙ୍କାନାଳର ନୀଳକଣ୍ଠପୁର ଗାଁରେ ବଜିରାଉତ ର ଜନ୍ମ

ବାର ବରଷର ବାଳୁତ ବୀର ସେ

ରଖି ଗଲା ତା'ର ନାମ। 

ବଜିଆର ବାପା ହରି ରାଉତ

ଡ଼ଙ୍ଗା ଚାଳକ ଥିଲେ 

ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ପକାଇ 

ଲୋକ ପାର କରୁଥିଲେ। 

ସେହି ବେଳରେ ଇଂରେଜ ମାନେ 

ଓଡ଼ିଶା ଆୟତ କରି

ଜୁଲୁମୁ ତାଙ୍କ ଦେଖଉ ଥିଲେ

ଲୋକେ ଜିଅନ୍ତି ଡରି । 

ପ୍ରଜା ମଣ୍ଡଳ ଆନ୍ଦୋଳନରୁ 

ହରି ରାଉତ ଶୁଣି

ଇଂରେଜ ବିରୁଦ୍ଧେ ଅସହଯୋଗ 

ଘରେ ଥିଲେ ବଖାଣି। 

ଉଣେଇଶି ଶହ ଅଢତିରିଶି ର 

ନଭେମ୍ବର ଏଗାର

ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ପକାଇ

ଆସିଲା ବାଳୁତ ବୀର। 

ଇଂରେଜ ମାନେ ଆରପାରିରୁ

ଡାକନ୍ତି ଆରେ ପିଲା

ଡ଼ଙ୍ଗା ଧରିତୁ ଏପଟକୁ ଆ 

ପାର କରିଦେ ଭଲା। 

ଚିହ୍ନି ପାରିଲା ବାଜି ରାଉତ

ଏମାନେ ଗୋରା ସାହେବ

ଆମ ଦେଶକୁ ଶାସନ କରି

ଲୋଟି ନିଅନ୍ତି ବିଭବ। 

ମନା କରିଦେଲା ବାଜି ରାଉତ

ପାର କରିବିନି ମୁହିଁ

ମାଟି ମାଆ ପାଇଁ ପ୍ରାଣ ଯାଉପଛେ

ଜୀବନକୁ ଭୟ ନାହିଁ। 

ଶୁଣି ବାଜିଆ ର ସାହସ ବାଣୀ 

ଗୋରାମାନେ ରାଗିଗଲେ

ବନ୍ଧୁକରୁ ଠୋ ଠୋ କରି 

ଗୋଳି ଫୁଟାଇ ଦେଲେ। 

ନିରୀହ ବାଳୁତ ପଡ଼ିଗଲା ତଳେ

ଶେଷ ରକ୍ତ ବୁହାଇଲା

ପ୍ରାଣ ଦେଲା ପଛେ ଗୋରାଙ୍କ ଆଗରେ 

ମୁଣ୍ଡ ନୁଆଇଁ ନଥିଲା । 

ଶରୀରକୁ ସିନା ନିହତ କରିଲେ

ଦେହରେ ବଜେଇ ଗୋଳି

ଶତ ଶତ ଗୋଳି ନେଇ ପାରିଲାନି

ଦାମ୍ଭିକ ମାଟିର ମୁଠାଏ ଧୂଳି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy