Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijay Prusty

Abstract

4  

Bijay Prusty

Abstract

ବାଳକୃଷ୍ଣ ବଂଶୀଧାରୀ

ବାଳକୃଷ୍ଣ ବଂଶୀଧାରୀ

1 min
380



ନନ୍ଦ ଡାକୁଥିଲେ କହ୍ନେଇଁ କହ୍ନେଇଁ

ଯଶୋଦା ଡାକିଲେ କାହ୍ନା

ଗେପପୁର ବାସୀ ସେନେହରେ ତାକୁ

ଡାକିଲେ କାଳିଆ ସୁନା I


ସମସ୍ତଙ୍କର ସେ ନୟନ ପିତୁଳା

ଗୋପ ଆକାଶରେ ଜହ୍ନ

ବିଶ୍ୱରୂପ ଦେଖି ମା ଚିହ୍ନିଗଲେ

ପୁତ୍ରରୂପୀ ଭଗବାନ I


ବଡ ଅଜବ ତା ବାଲ୍ୟଲୀଳା ଖେଳା

ବନସ୍ତକୁ ଗାଈ ନିଏ

ଶତୃରୂପେ ଯେତେ ଅସୁର ଆସନ୍ତି

ନିମିଷକେ ମାରିଦିଏ I


ମା' ଯାଚି ଦେଲେ ପେଟ ତା ପୁରେନି

ସେ ପରା ଲବଣୀ ଚୋର

ଘରଘର ବୁଲି ଲବଣୀ ଚୋରାଏ

କରୁଥାଏ ହରବର I


ସାଙ୍ଗ ମଧ୍ୟେ ଶ୍ରେଷ୍ଠ ସୁବଳ ସୁଦାମା

ବଡଭାଇ ବଳରାମ

ସଭିଙ୍କର ମନ ଖୁସିହୁଏ ଦେଖି

ରାଧାକୃଷ୍ଣଙ୍କର ପ୍ରେମ I


ବଂଶୀଧର ସେ ବଇଁଶୀ ବଜାଇ

ସସସ୍ତଙ୍କୁ କରେ ଖୁସି

ପୁତ୍ର ଖୁସି ଦେଖି ଯଶେଦା ଜନନୀ

ଦଅନ୍ତି ଅଳପ ହସି I

    


Rate this content
Log in