STORYMIRROR

Chittaranjan Parida

Inspirational

3  

Chittaranjan Parida

Inspirational

ବାଲିଘଡି

ବାଲିଘଡି

1 min
11.9K

ଅତୀତ :ବାଲିଘଡିର ଉପର ଥାକ ବାଲି

      ଝରିଯାଉଥିବା ଝରଣାର ପାଣି

       ଭଙ୍ଗାରୁଜା ଖେଳନା, ମାଟିହାଣ୍ଡି , 

            ଶୈଶବ

          ଚପଳମତି ହୃଦୟ

      ଛନ୍ଦହୀନ- ଅଝଟିଆ-ଧୂଳିଖେଳ

         ଆଉ ଚେନାଏ ସ୍ମୃତି ।

ବର୍ତ୍ତମାନ :ବାଲିଘଡିର ରନ୍ଧ୍ରଦେଇ ଝରୁଥିବା ବାଲି

       ନିବିଡ଼ ବନ୍ଧୁତ୍ଵ-ପ୍ରେମର ଡୋର

       ନୂତନ ଜିଜ୍ଞାସା-ପାଇବାରେ ଇଛା,

               ଯୌବନ

           ଆଖିରେ ଆଖିଏ ସ୍ଵପ୍ନ

           ଅସୁମାରୀ ପ୍ରଶ୍ନର ଦ୍ଵନ୍ଦ

       ଜୀବନର ଅର୍ଥ-ଭଗବାନ କିଏ?

           ଅହଂତ୍ଵର ଅଧିକାରୀ

           ସ୍ଵପନରେ ବାଦଶାହା

           କାମନାର ଘୋଡାଦୌଡ଼

                ପ୍ରୟାସ

               ପ୍ରକୃତି ସଙହାର

         କର୍ମ- ପେନ୍ଥାଏ ଅଜବ କୀର୍ତ୍ତି ।

ଭବିଷ୍ୟତ :ବାଲିଘଡିର ତଳେ ଗଛିତ ବାଲି

        ଅଥଳସମୁଦ୍ରରେ ଭାସୁଥିବା ଡଙ୍ଗା

        ଦେଖାଯାଉନଥିବା ଦୂର ଦିଗବଳୟ

           ଅଗକୁ ପଡିଥିବା ଅଜଣା ରାସ୍ତା,

                ବାର୍ଦ୍ଧକ୍ୟ

         ଲୋଳିତ ଚର୍ମ-କୋଟରଗତ ଆଖି

             ସରିଆସୁଥିବା ବେଳ

             ପରିବାରର ମୋହ

             ଅସହାୟତାର କୋହ

        ପାଇବାରେ ଇଚ୍ଛା- ଈଶ୍ଵରଙ୍କୁ

         ଅନୁତାପ- ବିଗତକର୍ମ ପାଇଁ

              ଶେଷେ

             ଅତୃପ୍ତ ମୃତ୍ୟୁ ।



Rate this content
Log in

Similar oriya poem from Inspirational