ବାଲି ଯାତରା
ବାଲି ଯାତରା
ଆସ ବୁଲିଯିବା ବାଲି ଯାତରା,
କିଲ୍ଲା ପଡିଆରେ ସଜେ ପସରା।
ସାଙ୍ଗ ସାଥୀ ମେଳେ କରିବା ମଜା,
ଶୀତୁଆ ସଂଧ୍ୟାରେ ଖାଇଣ ଭଜା।
କାର୍ତ୍ତିକ ପୂର୍ଣ୍ଣିମାରୁ ଲାଗେ ଯାତରା,
ସବୁରି ମେଳାରେ ଅଟେ ନିଆରା।
କୁଟୀର ଶିଳ୍ପର ବସେ ଦୋକାନ,
କିଣାବିକା ହୁଏ କେତେ ସମାନ ।
ଦିନ ଥିଲା ଆମ ସାଧବ ଜାତି,
ବେପାର ବଣିଜେ ଥିଲା ସୁଖ୍ଯାତି।
ଜାଭା, ସୁମାତ୍ରା ରେ କରି ବେପାର,
ରାଜ୍ୟ କରିଥିଲା ରତ୍ନ ଭଣ୍ଡାର ।
