STORYMIRROR

Sarojini Jena

Abstract

3  

Sarojini Jena

Abstract

ବାକ୍ୟଦେବୀ ମା' ସରସ୍ବତୀ

ବାକ୍ୟଦେବୀ ମା' ସରସ୍ବତୀ

1 min
220


ହେ ହଂସବାହିନୀ ବିଦ୍ୟାପ୍ରଦାୟିନୀ

ଶୁଭ୍ରବସ୍ତ୍ର ପରିଧାନୀ ବୀଣା ପୁସ୍ତକଧାରିଣୀ


ତୋ କୃପା ବଳରେ ମୁକ କଥା କହିଥାଇ

ତୋ ଆଶିଷେ ଅନ୍ଧ ଚକ୍ଷୁ ଦାନ ପାଇଥାଇ


ତୋର ଆଶୀର୍ବାଦେ ମା'ଲୋ ବିଦ୍ୟା ପ୍ରାପ୍ତି ହୁଏ

ମହା ମୂର୍ଖ ବିଦ୍ୟା ଲଭି ପଣ୍ଡିତ ବୋଲାଏ


ସୁର ସଙ୍ଗୀତର ଦେବୀ ମା' ସରସ୍ବତୀ ଭାରତୀ

ଭକ୍ତି ପୁଷ୍ପାଞ୍ଜଳି ମଧ୍ୟେ ଜଣାଏ ପ୍ରଣତି


ଗଜମୋତି ମୁକ୍ତା ହାର ଶୋହେ ତୋ ଗଳାରେ

ଶୁଭ୍ର ରତ୍ନ ଶୋଭା ପାଏ ପୁଣି ତୋ କର୍ଣ୍ଣରେ


ଶ୍ଵେତ ପଦ୍ମାସନା ଯୋଗମାୟା ମା' ଆଦିଶକ୍ତି ତୁ ସରସ୍ବତୀ

ଭକ୍ତି ମନେ କରିଥାଏ ନିତି ତୋତେ ମୋ ମନେ ଆଳତୀ


ବାକ୍ୟଦେବୀ ସରସ୍ବତୀ ମା' କଣ୍ଠେ ବିଜେ କଲେ

ଖୋଲି ଯାଏ ଜ୍ଞାନ ଜ୍ୟୋତି ସଭିଏଁ ଜାଣନ୍ତି ତ ଭଲେ


ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ

ତୋର ପୂଜା କରି ମାଆ ଭକତି ଚିତ୍ତରେ


ତୋ କୃପା କଣିକା ସଦା ବରଷି ଥାଉ

ମୋ ହୃଦ ମନ୍ଦିରେ ମା' ଲୋ ସଦା ପୂଜା ପାଉ||


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract