STORYMIRROR

Prasanna kumar sahu

Thriller

3  

Prasanna kumar sahu

Thriller

ବାକିରେ ଦୁଧ ମଦ ନଗଦ

ବାକିରେ ଦୁଧ ମଦ ନଗଦ

1 min
169


ଦୁଧ ବାଲା ଆସି ଦୁଆରେ ଡ଼ାକି

ଦୁଇ ଓଳି ଦୁଧ ଦୁଇ ବେଳା ଦିଏ,

ମାସ ଶେଷରେ ସେହି ପଇସା

ପାଇବ ବୋଲି ଆଶାରେ ଥାଏ।

ମାସ ଶେଷରେ ଶୁଣଇ ସିଏ

ଏ ମାସ ଦରମା ମିଳିନି କାହିଁ,

ଦରମା ମିଳିଲେ ଦେଇଦେବୁ

ତୁମର ବାକି ରଖିବୁ ନାହିଁ ।

କିନ୍ତୁ ସାବଧାନ ହୋଇ ଶୁଣ

ଦୁଧ ତୁମ ଆଉ ଭଲ ନୁହଁ,

ଭଲ ଦୁଧ ଏଣିକି ନ ଦେଲେ

ରଖିବୁ ନାହିଁ ଦୁଧ ଜାଣି ଥାଅ।

ଦୁଧ ବାଲା ପରା ଅଗତ୍ୟା ଯେ

କେତେ ରାଣ ନିୟମ ଖାଏ,

ଭଲ ଦୁଧ ଯୋଗାଇବ ପାଇଁ

ପ୍ରତିଶୃତିଟିଏ ଦେଇ ଯାଏ।

ଡର ଥାଏ ଦୁଧ ବାଲା ମନରେ

କାଳେ ବାବୁ ଦୁଧ ନେବେ ନାହିଁ,

ଆର ମାସେ ପଇସା ଦେବେ ସେ

 ପଇସା ବାବୁ ରଖିବେ ନାହିଁ ।

ମଦ ଦୋକାନୀ କିନ୍ତୁ ଯେ ଓଲଟା

ପ୍ରଥମେ ପଇସା ନିଏ ହାତରୁ,

ପରେ ମଦ ବୋତଲ ବଢାଏ ସେ

ରହି ଥିବା କାଚ ଘର ଭିତରୁ।

ଅସଲି ଦେଲା କି ନକଲି ଦେଲା

ତାହା ତ ଜାଣିବା ନାହିଁ ଅଧିକାର

କହିବ ଯଦି ଭଲ ନୁହଁ ମଦ ଯେ

ଖାଇବାକୁ ହେବ ନିଧୁମ୍ ପ୍ରହାର।

ବିଚାର କରିବା କି ନୀତି ଚାଲିଛି

ଏହି ଦେଶରେ ଭାଇ ଚିନ୍ତିବା,

ଭଲ ପାଇଁ ପୁରସ୍କାର କେତେ

ସେହି କଥା ଟି ବିଚାର କରିବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller