STORYMIRROR

Prakash ranjan Swain

Romance Fantasy

3  

Prakash ranjan Swain

Romance Fantasy

ବାକି ରହିଯାଏ କିଛି ତଥାପି

ବାକି ରହିଯାଏ କିଛି ତଥାପି

1 min
192

ମୁଁ ତୁମକୁ ସଜେଇବାକୁ ଚେଷ୍ଟା କରିଛି

ମୋର ଶବ୍ଦର ଅଳଙ୍କାର ଦେଇ

ହେଲେ କେବେ ତୁମକୁ ମୋ ତୁଳିର ରଙ୍ଗରେ

ବନ୍ଦୀ କରିବାର ସ୍ବପ୍ନ ବି ଦେଖିନି।


ତୁମେ ମୋ ପାଖରେ ଥିଲେ 

ମୁଁ ବହୁତ୍ ଖୁସି ହୁଏ ସତ 

ହେଲେ ତୁମ ବିନା ମୋ ସ୍ଵପ୍ନର କଳ୍ପନା

ମୁଁ କେବେ ସ୍ଵପ୍ନରେ ବି କରିନି।


ବହୁତ ଥର ଭାବିଛି ତୁମକୁ ଦେଖି

ମୁଁ ଧରି ରଙ୍ଗ ତୋଳି ହାତରେ

ଅଙ୍କିଦେବି ଏକ ଛବି ତୁମର 

ରଖିଦେବି ତୁମକୁ ମୋ ପାଖରେ।


ହେଲେ ପୁଣି ସେଇ ଅଜଣା ଡର

ଆସି ଛୁଇଁ ଯାଏ ମୋର ମନକୁ 

ଯଦି ଆଙ୍କିଦେବି ଛବି ତୁମର

ତୁମେ ଲିଭିଯିବ ମୋର ମନରୁ।


ଏମିତି ଡର ମନରେ ନେଇ ସ୍ଵପ୍ନରେ 

ମୁଁ ସଜେଇବାକୁ ଚେଷ୍ଟା କରେ ତୁମକୁ

ହେଲେ କାହିଁକି କେଜାଣି ସ୍ୱପ୍ନର ଶେଷରେ

ବାକି ରହିଯାଏ କିଛି ତଥାପି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance