STORYMIRROR

Subhalaxmi Nayak

Abstract

2  

Subhalaxmi Nayak

Abstract

ବାକି କଥା କିଛି

ବାକି କଥା କିଛି

1 min
127

କିଛି ତ ବାକି ରହିବାକୁ ଦିଅ

ଉତ୍କଣ୍ଠା ଅନୁଭବ କରିବାକୁ ଦିଅ

କବି ଓ ଲେଖକଙ୍କ ରଚନାର ଅର୍ଥ ବୁଝିବାକୁ ଦିଅ

ସେଇ ପୃଷ୍ଠା ଗୁଡିକୁ ନିୟମିତ ଓଲଟାଇ ଆହ୍ଲାଦିତ ହେବାକୁ ଦିଅ

ନିଜର ଅନ୍ତଃସତ୍ତାରେ ବିପ୍ଲବ ଭରିବାକୁ ଦିଅ

ଦୀପ ଲିଭି ଆସୁଥିବା ବେଳେ

ଶବ୍ଦ ସବୁ ଲୁଚକାଳି ଖେଳିଲେ

କବିଟିଏ ଶବ୍ଦ ସଂଯୋଜନାର ବାଟ ହୁଡ଼ି ଥମିବାର ଆଶଙ୍କା ହେଲେ

ନୂତନ ଶିହରଣ ଭରିବାକୁ ଦିଅ

କିଛି ତ ବାକି ରହିବାକୁ ଦିଅ

ଦିଗନ୍ତରେ ଅସ୍ତଗାମୀ ରବି ଡୁବିଗଲା ବେଳେ

କିଛି ରଙ୍ଗ ବାକି ରହିବାକୁ ଦିଅ

ମେଘ ଆସି ଆକାଶକୁ କବଳିତ କଲେ

କିଛି ତାରା ବାକି ରହିବାକୁ ଦିଅ

ଏମିତି ସବୁ ଅତୀତକୁ ପୋଛି ନେଲା ବେଳେ

କିଛି ସ୍ମୃତି ବାକି ରହିବାକୁ ଦିଅ

ଶୂନ୍ୟ ଆକାଶ ତଳେ ଘନ ସବୁଜିମା ଭିତରେ

ଯେଉଁ ବଣମଲ୍ଲୀ ତାର ଗାରିମା ବଖାଣୁଛି

ମହକର ସାନ୍ଦ୍ରତାରେ ନୁହେଁ

ଉଲ୍ଲାସର ନୂତନ ଉନ୍ମାଦନାରେ ବିମୋହିତ ହେବାକୁ ଦିଅ

କିଛି ସ୍ମୃତି ବାକି ରହିବାକୁ ଦିଅ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract