STORYMIRROR

Sambit Srikumar

Classics Inspirational Others

4  

Sambit Srikumar

Classics Inspirational Others

ବାଜି ରାଉତ

ବାଜି ରାଉତ

1 min
366


ବୟସ କଣ ସତରେ ସାଜି

ପାରେ କେବେ ବାଧକ

ବୟସ ତ ଗୋଟିଏ ସଂଖ୍ୟା ମାତ୍ର

ଗାଣିତିକ ସୂତ୍ରରେ ନିର୍ଣ୍ଣିତ

ନା ଅଛି ତାର ଶକ୍ତି ସାମର୍ଥ୍ୟ

ନା ସେନା ସାମନ୍ତ??

ଲକ୍ଷ୍ଯରୁ ଆପଣା ବିଚ୍ଯୁତ

ହୋଇ ପାରେ କି ପ୍ରଚଣ୍ଡ

ସ୍ବାଭିମାନୀ ଆତ୍ମ ପ୍ରତ୍ୟୟୀ

ନିରଳସ କର୍ମଠ ସାଧକ

ସିଦ୍ଧି ପ୍ରାପ୍ତି ତାର ବିଧି ନିର୍ଦ୍ଧିଷ୍ଟ

କେବେ ବି ନହୋଇ ବିରତ

ଜାରି ରଖିଥାଏ ଆପଣା

ପ୍ରୟାସ ଅବିରତ ଅନବରତ!!

ଅସୀମ ସାହାସ ଅଦମ୍ୟ

ଦୃଢ଼ତାର ଦୃପ୍ତ ଅଗ୍ନିଶିଖା

ଯା'ର ପାଶେ ନୋଇଁଗଲା

ବ୍ରିଟିଶ୍ ସାମ୍ରାଜ୍ୟର ମଥା

ରଚିଗଲା ଅମର ଯଶ

ପ୍ରଦର୍ଶିତ କରି ଅତୁଳନୀୟ

ଅଭୂତପୂର୍ବ ବୀରତା

ଦେଶ ଜାତି ଗାଏ ତାର

ଶୌର୍ଯ୍ୟର ଗୌରବ ଗାଥା!!

ଜାତିର ଉତ୍ଥାନ ଲାଗି ଦଧିଚି ସାଜି

ଜାଳି ଦେଇ ଯୁଇ ଆପଣାର

ବିପ୍ଳବର ଗୀତ ଗାଇ ଗାଇ

କାନେ କାନେ ଗଲା କହି

ଇଏ ନୁହଁଇ ଶ୍ମଶାନର ଚିତା

ପରାଧିନତା ଦାସତ୍ବ ଶୋଷଣ

କଷଣର ଅମା ଅନ୍ଧକାରେ

ମୁକ୍ତିର ଅଲିଭା ସଳିତା!!

ସରଗପୁରୀର ଅଭିଶପ୍ତ ଦେବତା

ବାହୁଡ଼ିଲା ସାରି ଇହ ଲୀଳା ଖେଳା

ଅକାତରେ ଦେଇ ପ୍ରାଣବଳି

ଖାତିର୍ ନକରି ଏକଛତ୍ରବାଦର

ଚରମ ବାଣୀ ତଥା ଗୁଳି ଗୋଳା

ସେ ତ ସ୍ଵୟଂ ଅଗ୍ନିର ପିଣ୍ଡୁଳା

ମୁକ୍ତିକାମୀ ଆତ୍ମା ତାର ପାରିବ

କି ବାନ୍ଧି ତାକୁ ମହୀର ଶୃଙ୍ଖଳା??

ଝୁରୁଛି ବାହୁନି ବ୍ରାହ୍ମଣୀର କୂଳ

ଝୁରଇ ଗଡ଼ଜାତ ପ୍ରଜାମଣ୍ଡଳ

ଝୁରୁଥିବ ଏଇ ଜାତି ଚିରକାଳ

ଯାବତ ସୂର୍ଯ୍ୟ ଚନ୍ଦ୍ର କରୁଥିବେ

ନୀଳ ଆକାଶରେ ଚଳାଚଳ

ରକ୍ତରେ ତାର ସିଞ୍ଚିତ ମାଟିର

ମହାର୍ଘ ସ୍ବାଧୀନତାର ସ୍ବାକ୍ଷର

ଭାରତବର୍ଷର ରକ୍ତିମ ଇତିହାସେ

ସ୍ବର୍ଣ୍ଣାକ୍ଷରେ ନାମ ତାର ଲିପିବଦ୍ଧ

ସର୍ବ କନିଷ୍ଠ ଶହୀଦ ବୀର ଚୂଡ଼ାମଣି

ଅଜେୟ ଅମର ବାଜି ରାଉତ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics