STORYMIRROR

Aishwarya Mishra

Inspirational Children

3  

Aishwarya Mishra

Inspirational Children

ବାଜି ରାଉତ

ବାଜି ରାଉତ

1 min
298


କୁନା କହେ କୁନି, ମୋ ସୁନା ଭଉଣୀ

କହୁଛି ଲୋ ତୋତେ , ଶୁଣ ମୋର ବାଣୀ 


ଶିଖିବୁ ତୁ ନିଶ୍ଚେ, ନୀତିଶିକ୍ଷା ଏଥୁ 

ବୀର ବାଳକର ଏ ଅମର କାହାଣୀ ,


ବାର ବରଷର ଥିଲା ସେ ବାଳକ

ନାମଟି ତାହାର ବାଜି ରାଉତ 


ଗୋରା ସରକାର ବିରୁଦ୍ଧରେ ଯାଇ

ହସି ହସି ପ୍ରାଣବଳୀ ଦେଇଥିଲା ସେହି


ଢେଙ୍କାନାଳ ଜିଲ୍ଲାର ଗ୍ରାମ ନୀଳକଣ୍ଠପୁର

୧୯୨୬ ଅକ୍ଟୋବର ୫ରେ ଜନ୍ମ ହୋଇଥିଲା ତା'ର


ପ୍ରଜାମଣ୍ଡଳ ମେଳୀରେ କରି ଯୋଗଦାନ

ବାଲ୍ୟକାଳୁ ଅର୍ଜିଥିଲା ସେ କେତେ ସନମାନ


ବାନର ସେନାରେ ଯୋଗଦାନ କରି

ସ୍ବାଧିନ ଭାରତ ସ୍ଵପ୍ନ ହୃଦୟରେ ସ୍ମରି


ବାର ବରଷର ସେ ଯେ ସାହସୀ ବାଳକ

ବ୍ରାହ୍ମଣୀ-ଘାଟକୁ ଜଗିଥିଲା ସେ ନାବିକ


ବ୍ରାହ୍ମଣୀର ଆର ପାଖେ ହେଉଥିଲା ମେଳି 

ଇଂରେଜମାନଙ୍କୁ ଦେଶରୁ ଦେବା ପାଇଁ ତଡ଼ି


ବ୍ରାହ୍ମଣୀ ନଦୀରେ ବାଜିଆ ଜଗିଥିଲା ଘାଟ

ଇଂରେଜଙ୍କୁ ରୋକିବାକୁ ନେଇଥିଲା ସେ ଶପଥ 


ଗୋରା ବାହିନୀ ଆସି ଦେଲେ କେତେ ଯେ ଧମକ 

କହିଲେ ପାର ନ କରିଲେ ମାରିବୁ ତୁରନ୍ତ


ତଥାପି ସେ ଥିଲା ଦୃଢ, ଥିଲା ସେ ଅଟଳ 

ଘାଟ ପାରି କରିବିନି କହିଲା ସତ୍ୱର


ରାଗିଲେ ଗୋରା ବାହିନୀ, ଫୁଟାଇଲେ ଯେ ବନ୍ଧୁକ 

ମୃତ୍ୟୁକୁ କୋଳେଇ ନେଲା ସେ ବୀର ବାଳକ


ଥିଲା ସାନ ତଥାପି ସେ ଡରିଗଲା ନାହିଁ 

ପ୍ରାଣବଳୀ ଦେଲା ସେ ତ ମାଟି ମାଆ ପାଇଁ


କେତେ ଯେ ଅତ୍ୟାଚାର ସହ୍ୟ ସେ କରିଲା

ଆତତାୟୀ ଗୁଳିରେ ଯେ ପ୍ରାଣ ହରାଇଲା


ଶୁଣିଲୁ କାହାଣୀ କୁନି ବୀର "ବାଜିଆ" ର 

ଦେଶ ପାଇଁ ମରି ସେ ତ ହୋଇଲା ଅମର


ତୁ ଯେବେ ହୋଇବୁ ବଡ଼, ଦେଶସେବା ତୁ କରିବୁ

ମାଟି ମାଆ ପାଇଁ ନିଶ୍ଚେ ଯଶ କୀରତି ଅର୍ଜିବୁ,,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational