STORYMIRROR

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

ବାଇଚଢେଇର ଗୀତ

ବାଇଚଢେଇର ଗୀତ

1 min
529


ବାଇଚଢେଇ ରେ ବାଇଚଢେଇ ତୁ 

କୃଷ୍ଣ ଦୁଆରକୁ ଯାଆ

କୃଷ୍ଣ ଦୁଆର ରେ ସୁମଧୁର ସ୍ଵରେ 

ରାଧାରାଣୀ ନାମ ଗାଆ

ସେ ନାମ ଶୁଣିଲେ ଅଧୀରେ ପୁଲକେ

ବହିବ ମଳୟ ବାଆ, ବାଇଚଢେଇ ରେ ବାଇଚଢେଇ ତୁ… ।।


             ବାଇଚଢେଇ ରେ ବାଇଚଢେଇ ତୁ

             ତମାଳ ବଳକୁ ଯାଆ

             ତମାଳ କୁଞ୍ଜରେ ମୋହନ ବଂଶୀ ରେ

             ରାଇ ନାମ ଗାଉ ଥାଆ

             ସେ ସୁର ପ୍ରେମରେ ତିନିଲୋକ ମୁଗ୍ଧ

             ମିଳଇ ବଞ୍ଚିବା ରହା, ବାଇଚଢେଇ ରେ ବାଇଚଢେଇ ତୁ… ।।


ବାଇଚଢେଇ ରେ ବାଇଚଢେଇ ତୁ

କଦମ୍ବ ବନକୁ ଯାଆ

ଫୁଲ ତରୁ ଡାଳେ ରାଇ ମନ ଚୋର

ତ୍ରୀଭଙ୍ଗି ଛନ୍ଦ କୁ ଚାହାଁ

ସେ ଛନ୍ଦା ପଦରେ ବନ୍ଧା ଏ ଜୀବନ

ସେତ ଜଗତର ନାହା,ବାଇତଢେଇ ରେ ବାଇଚଢେଇ ତୁ… ।।


       ବାଇଚଢେଇ ରେ ବାଇଚଢେଇ ତୁ

       ଯମୁନା କୂଳକୁ ଯାଆ

       ଯମୁନା ନଈରେ ନାବକେଳୀ ବେଳେ

       ନାଉରିଆ ଗୀତ ଗାଆ

       ସେ ଅମୀୟ ଗୀତ କରିବ ମୋହିତ

       ପବିତ୍ର ହେବ ଦୁନିଆଁ, ବାଇଚଢେଇ ରେ ବାଇଚଢେଇ ତୁ… ।।


ବାଇଚଢେଇ ରେ ବାଇଚଢେଇ ତୁ

ବୃନ୍ଦାବନ ଧାମ ଯାଆ

ଗିରି ଗୋବର୍ଦ୍ଧନ ତର୍ତୁପାର୍ଶ୍ଵେ ଧନ

ପରିକ୍ରମା କରୁ ଥାଆ

ଲଭବୁ ମୁକତି ପକ୍ଷୀ ଜନମରୁ

ତୁଟିବ ସଂସାର ମାୟା, ବାଇଚଢେଇ ରେ ବାଇଚଢେଇ ତୁ... ।।



Rate this content
Log in

Similar oriya poem from Fantasy