Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବାଇ ଠାକୁରାଣୀ

ବାଇ ଠାକୁରାଣୀ

1 min
330


ଜୟ ଜୟ ମହାଲକ୍ଷ୍ମୀ ଶ୍ରୀ ପୀଠରେ ରହୁ l

ବାଇ ଠାକୁରାଣୀ ତୁହି ଜଗତେ ବୋଲାଉ ll

ଘରେଘରେ ପୂଜ୍ୟା ମାଆ ଉତ୍କଳ ଭୂମିରେ l

ମାଣବସା ଓଷା ହୁଏ ପୁଣ୍ୟ ମାର୍ଗଶୀରେ ll

ଭକତ ଭାବରେ ବାଇ ମାତେ ପଦ୍ମାଳୟା l

ଲୋକ ଜନନୀ କମଳା ବିଷ୍ଣୁଙ୍କର ଜାୟା ll

ଚଣ୍ଡାଳ ଗୃହରେ ପୁଜା ଘେନିଲୁ ବାୟାଣୀ l

ଭକ୍ତିଭରେ ପୂଜା କଲା ଶ୍ରୀୟା ଚଣ୍ଡାଳୁଣୀ ll

ତଡ଼ି ଦେଲେ ଶ୍ରୀ ମନ୍ଦିରୁ ଗଲୁ ମା ବାହାରି l

ଲକ୍ଷ୍ମୀଛଡ଼ା ପ୍ରଭୁ ହେଲେ ଦାଣ୍ଡର ଭିକାରୀ ll

ବାଇ ଠାକୁରାଣୀ ବୋଲି ବଳରାମ ଦାସ l

ସମଗରା ପାଟେ ଅଭିମାନେ କଲା ବାସ ll

ବାଇ ହୋଇ ତା' ନିକଟ ଗଲୁ ଅନ୍ତଃକାଳେ l

ବାସ ଦେଲୁ ବୈକୁଣ୍ଠରେ ଶ୍ରୀ ହରିଙ୍କ ପୁରେ ll

ପତିପରେ ଅତିରୋଷେ ବାଇ ହୋଇଗଲୁ l

ହେରା ପଞ୍ଚମୀରେ କପିଧ୍ୱଜ ଭାଙ୍ଗିଦେଲୁ ll

ବାଇ ହୋଇ ଶ୍ରୀମନ୍ଦିରେ ତାଟି ଲଗାଇଲୁ l

ଜଗତନାଥ ପ୍ରଭୁଙ୍କୁ ରୌଦ୍ରେ ଛିଡ଼ା କଲୁ ll

ଲୀଳା କି ବର୍ଣ୍ଣିବି ମାଆ ବାଇ ଠାକୁରାଣୀ l 

ନମସ୍ତେ ନମସ୍ତେ ମାତ ସାଗର ଦୁଲ୍ଲଣୀ ll

             


Rate this content
Log in

Similar oriya poem from Inspirational