STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ବାଇ ମନ ହୋ

ବାଇ ମନ ହୋ

1 min
134


ବାଇ ମନ ହୋ ମନ ନକର ଢିଲା

ଦାରୁବ୍ରହ୍ମ ଏବେ ସାକାର ହୁଅନ୍ତି

ସିଂହାସନେ ପୁରୀ ଧାମରେ ଭଲା।

କେତେ ଜନମ ତୁ ବୁଲିଣ ଆସିଛୁ

ଖୋଜି ଖୋଜି ଶେଷେ ନିରାଶ ହୋଇଣ

ମନ ଦୁଃଖ କରି ବସି ରହିଛୁ

ହୁଅନି ଢିଲା

ତା ଶ୍ରୀମନ୍ଦିର ହୋଇଛି ଖୋଲା।

ଶାସ୍ତ୍ର କହଇ ନର ଜନ୍ମ ଦୁର୍ଲଭ

ବହୁ ପୁଣ୍ୟେ ଯାହା ହୁଏ ସୁଲଭ

ସତ୍ୟରେ ଚାଲି

ଆଲୋକ ଦେଖାଅ ଜଗତେ ବୁଲି।

ନିଜକୁ ଚିହ୍ନ ନିଜ ପଣରେ ସଦା

ସତ୍ୟ ଜ୍ଞାନ ଚିନ୍ତା ରଖି ସର୍ବଦା

ମାୟା ସଂସାର

ବିଭୁ ଚିନ୍ତା ଏକା ସବୁରି ସାର।

ଧକ୍କା ଖାଇଛୁ ଏବେ ସଜାଡି ହୁଅ

ଥକା ହୋଇ ତାର ଆଶ୍ରୟ ନିଅ ନଖୋଜ ଆଉ

ନୀଳାଚଳେ ମନ ଜୀବନ ଯାଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action