ବାଇ ଚଢେଇରେ ବାଇ ଚଢେଇ
ବାଇ ଚଢେଇରେ ବାଇ ଚଢେଇ
ବାଇ ଚଢେଇରେ ବାଇ ଚଢେଇ
ଟିକି ଟିକି ଡେଣା ତୋର ହଲେଇ
ବସିଅଛୁ ଆମ୍ବଡାଳେ
ମୋ କୁନା କାନ୍ଦୁଛି ତୋ ପାଶେ ଯିବ
ଚିରି ଚିରି ଗୀତ ତୋ'ଠୁ ଶୁଣିବ
ପାଖେ ରହୁନାହିଁ ତୁ ସମ୍ଭାଳେ ।।
ଟିକି ବସା ତୋର ପବନେ ଝୁଲେ
ଟିକି ଥଣ୍ଟରେ ତୁ ଖାଉଛୁ ଗୀଲେ
ଠିକଣା ତୋହର ନାହିଁ
ସଂଜ ବୁଡିଗଲେ ବସାକୁ ଫେରୁ
ଜହ୍ନମାମୁଁ ଦେଖି ଘାଇଟେ ମାରୁ
ମୋ କୁନା ତତେରେ ଥାଏରେ ଚାହିଁ ।।
ଟିକି ମନ ତୋର ଟିକି ହୃଦୟ
ଟିକିଏ ସମୟ କରୁନୁ କ୍ଷୟ
ଅଳସ ପଣ ତୋ କାହିଁ
ଟିକି କୁନା ମୋର ଟିକିଏ ହସେ
ଟିକିଏ କଥାରେ ପୁଣି ସେ ରୁଷେ
ଟିକି ଡେଣାରେ ତୁ ନେ' ବୁଲେଇ
ବାଇ ଚଢେଇରେ ବାଇ ଚଢେଇ ।।
