STORYMIRROR

Amulya Kumar Nayak

Children

4  

Amulya Kumar Nayak

Children

ବାଇ ଚଢେଇରେ ବାଇ ଚଢେଇ

ବାଇ ଚଢେଇରେ ବାଇ ଚଢେଇ

1 min
281

ବାଇ ଚଢେଇରେ ବାଇ ଚଢେଇ

ଟିକି ଟିକି ଡେଣା ତୋର ହଲେଇ

   ବସିଅଛୁ ଆମ୍ବଡାଳେ

ମୋ କୁନା କାନ୍ଦୁଛି ତୋ ପାଶେ ଯିବ

ଚିରି ଚିରି ଗୀତ ତୋ'ଠୁ ଶୁଣିବ

   ପାଖେ ରହୁନାହିଁ ତୁ ସମ୍ଭାଳେ ।।


ଟିକି ବସା ତୋର ପବନେ ଝୁଲେ

ଟିକି ଥଣ୍ଟରେ ତୁ ଖାଉଛୁ ଗୀଲେ

   ଠିକଣା ତୋହର ନାହିଁ

ସଂଜ ବୁଡିଗଲେ ବସାକୁ ଫେରୁ

ଜହ୍ନମାମୁଁ ଦେଖି ଘାଇଟେ ମାରୁ

  ମୋ କୁନା ତତେରେ ଥାଏରେ ଚାହିଁ ।।


ଟିକି ମନ ତୋର ଟିକି ହୃଦୟ

ଟିକିଏ ସମୟ କରୁନୁ କ୍ଷୟ

  ଅଳସ ପଣ ତୋ କାହିଁ

ଟିକି କୁନା ମୋର ଟିକିଏ ହସେ

ଟିକିଏ କଥାରେ ପୁଣି ସେ ରୁଷେ

  ଟିକି ଡେଣାରେ ତୁ ନେ' ବୁଲେଇ

ବାଇ ଚଢେଇରେ ବାଇ ଚଢେଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children