STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ବାହୁଡିବେ ମୋ ଜଗାବଳିଆ

ବାହୁଡିବେ ମୋ ଜଗାବଳିଆ

1 min
251



ନବଦିନାତ୍ମକ ଯାତ୍ରା ଅନ୍ତେ ଆଜି

 ବାହୁଡିବେ ମୋ ଜଗାବଳିଆ,

ଯାଅରେ ବାହୁଡି ମୋ ଧନ ସଂଙ୍ଖାଳି

ସିଂହଦ୍ଵାରେ ହୋଇଛନ୍ତି ଭକତ ଠିଆ।

ଆସିଲେ ତ ଫେରିବାକୁ ହୁଏ

ପହଣ୍ଡି ଲଗାଇ ଭାବଡୋରେ ବାନ୍ଧି

ଟାହିଆ ହଲାଇ ଯାଅ କାଳିଆ।


ବାସେ ନନ୍ଦିଘୋଷ ହସେ ବଡ଼ଦାଣ୍ଡ

 ବେଦ ମନ୍ତ୍ରଧ୍ଵନି ଉଛୁଳି ପଡେ,

ଆଡପ ମଣ୍ଡପ ମାଆ ଗୁଣ୍ଡିଚା ରାଣୀ 

ବାହୁନି ଲୁଚେଇ ଅଶୃ ନିଗାଡେ,

ଦେଇଥିଲେ ପ୍ରଭୁ ବରଷେ ଥରେ

ଜନ୍ମବେଦୀରେ ଭାଇଭଗ୍ନୀ ସହ

ମାଆ କୋଳେ ଆସି ଧୂଳିରେ ଗଡେ।


ସରିଲା ଅର୍ଦ୍ଦଳି ଫେରି ବନମାଳୀ

ଲଗାଇବେ ଶ୍ରୀମନ୍ଦିରେ ଗହଳି,

ବାହୁଡିବେ ଆଜି ମୋ ଜଗାବଳିଆ

ଚାହିଁଥିବି ବର୍ଷେ ଏ ଦୃଶ୍ୟ ଭାଳି।

ରଖିଥିବି ସବୁ ସ୍ନେହ ସଜାଡି

ଆରବର୍ଷ ରଥଯାତ୍ରାରେ ମୋ ପାଶେ

 ଆସିବ ପାଖକୁ ମୋ ଗଳାମାଳି।



Rate this content
Log in

Similar oriya poem from Inspirational