ବାହୁଡା
ବାହୁଡା
ନବଦିନ ପରେ ବାହୁଡା଼ ଯାତ୍ରା
ରଥ ପଥ ଜଗନ୍ନାଥଙ୍କ ବାର୍ତ୍ତା
ହେରାପଞ୍ଚମୀରେ ଦାମ୍ପତ୍ତ୍ୟ ସତ୍ତା
ଦକ୍ଷିଣମୋଡରେ ସେବା ସହାୟତା
ଆଡପ ଅଭଡ଼ା ଆଡପ ଦର୍ଶନ ଖାତା
ପାପରୁ ପୁଣ୍ୟକୁ ଦେଖାଏ ରାସ୍ତା
ଭକ୍ତ ଭଗବାନ ମିଳନ ମୁକ୍ତା
ବାହୁଡା଼ ବିଜେରେ ଜଗନ୍ନାଥ କର୍ତ୍ତା
ଗତି ମୁକ୍ତି ପଥ ପଦର୍ଶକ ବ୍ୟବସ୍ଥା
ଲଷ୍ମୀଙ୍କୁ ଦେଇ ମିଠା ସୁନାବେଶେ ସଂହିତା
ଗମନ କରିବେ ରତ୍ନବେଦୀକୁ ଜଗତପିତା
ହର୍ତ୍ତା କର୍ତ୍ତା ଦଇବବିଧାତା
ବାହୁଡା଼ ଯାତ୍ରାର ବୋଧହୁଏ ବାର୍ତ୍ତା
ଯୁଆଡେ ଯାଉଛ ଯା ଗାଡିବାଲା ଵେବର୍ତ୍ତା
ଘରକୁ ଫେରିବେ ନିଶ୍ଚେ ଘର ଭାଗ୍ୟବିଧାତା
ମଣିଷ ପରି ଏ ମାନବୀୟ ଲୀଳା ବର୍ଷକ ବାର୍ତ୍ତା
ରତ୍ନବେଦୀ ହସିବ କହିବ ଅଙ୍ଗେ ଲିଭା କଥା
ବଡମନ୍ଦିରରୁ ଗୁଣ୍ଡିଚା ଯାଏଁ ନବଦିନବ୍ୟାପୀ
ଗୁଣ୍ଡିଚା ବାହୁଡା଼ ରଥଯାତ୍ରାରେ ଦଇବବିଧାତା
ଭକ୍ତ ମନୋରଥ ପୁରଣ ଏ ରଥ ପଥ ମୁକ୍ତିଦାତା ।
