ବାହୁଡ଼ା ଯାତକୁ ଯିବା
ବାହୁଡ଼ା ଯାତକୁ ଯିବା


କହିଥିଲ ତୁମେ କେତେ କରି ମୋତେ
ରଥ ଯାତରାକୁ ନେବ
ନନ୍ଦିଘୋଷ ରଥେ ଜଗତନାଥଙ୍କୁ
ଦର୍ଶନ କରାଇ ଦେବ ।
ସଂସାର ଜଞ୍ଜାଳେ ଜଡ଼ି;
ଶ୍ରୀକ୍ଷେତ୍ର ଧାମକୁ ଯାଇ ପାରିଲେନି
ନନ୍ଦିଘୋଷ ଗଲା ଗଡ଼ି ।
କଅଣ କରିବା ପଡ଼ିଶା ଘରର
'ସାରିଆ'ଟା ଏକୁଟିଆ
ସନ୍ନିପାତ ତାକୁ ହେଲା ସେତେବେଳେ
ହେଲ ତା' ଦୁଆରେ ଠିଆ ।
ଦେଲ ଅଉଷଧ ଆଣି;
ଦୁଇଟା ଦିନରେ ଭଲ ହୋଇ ସିଏ
ପିଇଲା ତୋରାଣି ପାଣି ।
ସକଳ ଘଟରେ ନାରାୟଣ ପରା
ଭାଗବତେ ଅଛି ଲେଖା
କରିଲ ତ ଗୋଟେ ମହତ କରମ
ଇଏ ବି ପୂଣ୍ୟରେ ଲେଖା ।
ବାହୁଡ଼ା ଯାତକୁ ଯିବା;
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦରଶନ କରି
ଭକତିରେ ଭୋଳ ହେବା ।