STORYMIRROR

BISWESWAR MAJHI

Inspirational

4  

BISWESWAR MAJHI

Inspirational

ବାହୁଡା ବିଜେ

ବାହୁଡା ବିଜେ

1 min
127

,      ବାହୁଡା ବିଜେ

   (ରାଗ ରାମକେରି)

ଗୁଣ୍ଡିଚା ରାଣୀଙ୍କୁ କଥା ଦେଇଥିଲ ଜଗନ୍ନାଥ

ଗୁଣ୍ଡିଚା ବାଡିକୁ ଆସିବ ଆଷାଢେ ଚଢି ରଥ।


ଆଷାଢ ଶୁକଳ ଦ୍ୱିତୀୟା ତିଥିରେ ଆଗମନ

ଆଡପ ମଣ୍ଡପେ ନବ ଦିନ ଦେବ ଦରଶନ।


ହେରା ପଞ୍ଚମୀରେ ଲକ୍ଷ୍ମୀଙ୍କୁ ଫେରାଇ ଜଗନ୍ନାଥ

ରୋଷର ଶୀକାର ହେବ ଭାଙ୍ଗିବେ ସେ ତୁମ ରଥ।


ଆଜ୍ଞା ମାଳ ଦେବ ଅଷ୍ଟମୀ ରଥେ ଦକ୍ଷିଣ ମୋଡ

ଦଶମୀ ସକାଳୁ ପ୍ରଭୁ ରଥରେ ବସି ବାହୁଡ।


ଭକତ ଟାଣିବେ ଶରଧା ରଜ୍ଜୁରେ ରଥ ତବ

ଶରଧା ବାଲିରେ ବଡଦାଣ୍ଡେ ଚାଣ୍ଡେ ପଳାଇବ।


ସିଂହଦ୍ୱାରେ ଯାଇ ପହଞ୍ଚିବ ତବ ତିନି ରଥ

ରଥରେ କରିବ ବଡ ଏକାଦଶୀ ଜଗନ୍ନାଥ।


ମହଣ ମହଣ ସୁନା ସଜ ହେବ ପରମ୍ପରା 

ରାଜରାଜେଶ୍ୱର ବେଶ ତବ ଦେଖି ଭକ୍ତ ତୋରା।


ଅଧର ପଣାରେ ସନ୍ତୁଷ୍ଟ ହେବେ ଯୋଗିନୀ ଗଣ

ନିଳାଦ୍ରି ବିଜୟ ପାଇଁ ତୁମେ ହେବ ଛନ୍ନଛନ୍ନ।


ନନ୍ଦିଘୋଷ ଷୋଳ ତାଳଧ୍ୱଜ ଚଉଦ ଚକରେ

ଦର୍ପଦଳନର ବାର ଚକ ବଡ ଦାଣ୍ଡେ ଗଡେ।


ଆସିଥିଲ ବୟାଳିଶ ଫେରିଯିବ ବୟାଳିଶ

ଚର୍ମ ଘେରିଛି ସିନା ଚୌରାଅଶିକି କଥା ଅଛି।


ଘୋଷଯାତ ନୁହେଁ ଏ ପରା ଆମ ଶରୀର ତତ୍ତ୍ୱ

ତ୍ରିଗୁଣ ରଜ୍ଜୁରେ ରଥ ବନ୍ଧା ରଜ ତମ ସତ୍ୱ।


ଶରୀର ନୁହେଁ ସେତ ମନମତ୍ତ ଦୁହାଁଳ ଗାଇ

ତ୍ରିଗୁଣ କାଟିଲେ ପଳାଇବ ପଘାକୁ ଛିଣ୍ଡାଇ।


ବାହୁଡା ନୁହେଁ ସେ ଯାତ୍ରା ଅବିନଶ୍ୱର ଆତ୍ମାର

ଅମୃତ ସନ୍ତାନ ମୃତ୍ୟୁ ନୁହେଁ ଗତି ଅମୃତର।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational