STORYMIRROR

subrat kumar jena

Abstract

2  

subrat kumar jena

Abstract

ବାହାନା

ବାହାନା

1 min
102

ତୁମେ ଯଦି ଜାଣି ଜାଣି ସବୁ କଥାରେ ଏମିତି କରିବ ବାହାନା

କେହି ହୁଏତ ଜାଣିପାରିବେନି ତୁମକୁ

ହେଲେ କେତେ ଦିନ ଏମିତି ତୁମେ

ସୂର୍ଯ୍ୟଙ୍କୁ ପିଠିକରି ଆଲୋକକୁ ଏଡାଇ ପାରିବ

ଲାଗୁଛି ତୁମେ ବୋଧେ ଡରିଯାଉଛ ନିଜକୁ

ହୁଏତ ସାମ୍ନା କରିବାର ଶକ୍ତି ତୁମଠି ନାହିଁ

ଯେତେବେଳେ ତୁମେ ପୁରା ଡୁବି ଯାଇଛ ମିଛର ସାଗରରେ

କେବେ କାହିଁକି ଚେଷ୍ଟା କରୁନ ଟିକେ ପହଁରିବାକୁ

ତୁମେ କଣ ଭାବୁଛ କେହି ଆସି ଉଦ୍ଧାରିବ ତୁମକୁ

ହେଲେ ଏକଥା କିଏ କହିବ ସେତେବେଳକୁ ତୁମର ଅବସ୍ଥା

ସୂର୍ଯ୍ୟଟା ବି ଢଳି ଯିବନି ନିଜର ସବୁ ଆଲୋକକୁ ଶେଷକରି

ଜୁଆଡ଼େ ଆଖିଯିବ ଖାଲି ଅନ୍ଧାର ହିଁ ଅନ୍ଧାର

ନା ତୁମକୁ କିଏ ଦେଖିବ ନା ତୁମେ କାହାକୁ

ପରିଶେଷ କଣ ?ନଥିବ ସମୟ ପ୍ରାୟଶ୍ଚିତର ..

ତାହେଲେ ଏତେ ସବୁ ବାହାନା କଣ ଲାଗି

ତୁମେ ଯେ ବାହାନା କରି କରି ଅନ୍ୟକୁ ଠକୁ ଠକୁ

ନିଜେବି ଠକି ଗଲଣି ସମୟ ପାଖରେ ବାହାନାର ଦ୍ୱାହି ଦେଇ

ଯଦି ତୁମେ ସ୍ୱାର୍ଥପର ନହୋଇ କାହା ଖୁସିଲାଗି କରିଥାନ୍ତ ବାହାନା

ନିଶ୍ଚୟ ତୁମେ ହୋଇପାରିଥାନ୍ତ ଜଣେ ଭଲ ମଣିଷରେ ଗଣା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract