STORYMIRROR

Banabihari Mishra

Abstract

2  

Banabihari Mishra

Abstract

ବାହାନା

ବାହାନା

1 min
510

ଖରା ଗରମଟା ବଢିଯାଏ ଯେବେ

ବିକଳରେ ଢୋକେ ଚଢେଇଦିଏ

ଶୀତ ଯେବେ ହୁଏ ଦେହଟା ଉଷୁମ

କରିବା ପାଇଁକି ଦି'ଢୋକ ପିଏ


ବର୍ଷା ହେଲେ କାଳେ ଥଣ୍ଡା ସର୍ଦ୍ଦି ହେବ

ସେପାଇଁ ଭାଟିରେ ବୋତଲ ଖୋଲେ

ଆଉ ବେଳେବେଳେ ଢୋକେ ମାରିଦିଏ

ଯଦି ଅବା କେବେ ବର୍ଷା ନ ହେଲେ


ପିଇବାଟା ମୋର ଅଭ୍ୟାସ ନୁହଁଇ

ଦୁଃଖରେ ନ ହେଲେ ସୁଖରେ ପିଏ

କାହିଁକି ରାଗୁଛୁ ଆଲୋ ମୋ ସୁନ୍ଦରୀ

ଦୁନିଆଁରେ କହ କିଏ ନପିଏ


ରଖିଦେଇ ଝାଡୁ ଆସୁନୁ ମିଶିକି

ଟେକିବା ବୋତଲ ଏକାଠି ବସି

ନିଶା ଚଢିଗଲେ ବୋବାଲ କରିବା

ସାହିଲୋକ ଦେଖି ମରିବେ ହସି


ତୁ ତ ନୋହୁଁ ସୁଲୋଚନା ଲୋ ସୁନ୍ଦରୀ

କାହିଁକି ରାଗିକି ଉଠୋଉ ଝାଡୁ

ମୁଁ ନୁହେଁ ବିଚରା ବାବୁ ଚନ୍ଦ୍ରମଣି

ଚଳିବନି ତୋର ଝାଡୁ କି ଖଡୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract