STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ବାଘ ଶହେ ଗୁଣ ଭଲ

ବାଘ ଶହେ ଗୁଣ ଭଲ

1 min
49


ବାଘ ଖାଉଅଛି ମଣିଷ ମାଉଁସ

ବଣରେ କରିଛି ଘର

ନାରୀମାଂସ ଖିଆ ଗାଁ ସହରେ ବୁଲୁଛି

ବାଘ ଠୁ ବି ଭୟଙ୍କର.....


ବାଘ ସିନା ଅଟେ ହିଂସ୍ର ଜନ୍ତୁ ଟିଏ

ମାଉଁସ, ଖାଇବା ତାହାର ଧର୍ମ

ପେଟ ପୋଷିଥାଏ ମଣିଷକୁ ଖାଇ

ମଣିଷ,ମାରିବା ତାହାର କର୍ମ......


ପଶୁ ହୋଇଲେବି ଧର୍ମ ରଖିଅଛି

ବଣ ଜଙ୍ଗଲ ରେ ରହୁଛି

ତାହାରି ପାଖକୁ ଯିଏ ଯାଉଅଛି

ମାରି ଖାଇ ପେଟ ପୋଷୁଛି......


ମଣିଷ ଜନମ ଦୁର୍ଲ୍ଲଭ ଜୀବନ

ଚିନ୍ତା ଚେତନାକୁ ଲଭିଛି

ହିତାହିତ ଭୁଲି ଧର୍ମ କର୍ମ ଭୁଲି 

ପଶୁ ଠାରୁ ହୀନ ହେଉଛି...


ବାଘ ମାରିଦିଏ ମାରି ଖାଇଦିଏ

ଜୀବନଟା ଚାଲିଯାଏ

ନାରୀମାଂସ ଲୋଭି ଆକ୍ରମଣ କଲେ

ଜୀବନ ଅଭିଶପ୍ତ ହୁଏ


ଖୀନଭିନ କରି ଅତ୍ୟାଚାର କରି

ବୁଦା ମୂଳେ ଫିଙ୍ଗିଦିଏ

ମଣିଷ ଟେ ହୋଇ ମଣିଷ ଚିହ୍ନେନି

ନିଜକୁ ମରଦ କହେ


ନାରୀମାଂସ ଲୋଭି ମଣିଷଙ୍କ ପାଇଁ

ନାରୀ ହୁଏ କଲବଲ

ନାରୀମାଂସ ଲୋଭି ମଣିଷଙ୍କ ଠାରୁ

ବାଘ ଶହେ ଗୁଣେ ଭଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational