STORYMIRROR

Sahadev Behera

Abstract

2  

Sahadev Behera

Abstract

ବାଘ ମାମୁ

ବାଘ ମାମୁ

1 min
146

କେତେ କଲବଲ କରୁଛ ମୋତେରେ

ମୁଁ ଅଟେ ମାମୁ ତୁମର 

ମୋ ବାସ ସ୍ଥାନକୁ କରୁଅଛ ନଷ୍ଟ 

ରହିବାକୁ ନାହିଁ ଘର

ଜଙ୍ଗଲେ ମୋ ବାସ ଜଙ୍ଗଲ କାଟୁଛ

ନିର୍ମାଣ କରୁଛ ଶିଳ୍ପ 

ଦିନୁ ଦିନ କଷ୍ଟ ବଢିଯାଏ ମୋର 

ମୋ ବଂଶ ରହିଛି ଅଳ୍ପ

ରାସ୍ତା ତିଆରିଲ କୋଠା ବାଡି କଲ

ଚାଷ ପାଇଁ କଲ ସଫା 

ଶିକାରୀ ଶିକାର ବେଧଡକେ କରେ 

ନାହିଁ କିହା ପାଇଁ ଦଫା

ଭୋକ ଉପାସରେ କଟେ ମୋ ଜୀବନ 

ଖାଇବାକୁ ନାହିଁ ପଶୁ 

ହରିଣ ସମ୍ବର ଜେବ୍ରା ବଣଗଧ

ମିଳେ ନାହିଁ ଦେଖିବାକୁ

ଜାତୀୟ ପଶୁର ଫୁଲମାଳ ଦେଇ 

ମୋତେ କର ସନମାନ 

ଜଙ୍ଗଲ କାଟୁଛ ପରିବେଶ ଲୋଟି 

କରି ମୋତେ ହୀନିମାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract