STORYMIRROR

Debadatta Jena

Classics Inspirational Children

3  

Debadatta Jena

Classics Inspirational Children

ବାଗ୍ଦେବୀ ନମସ୍ତୁତେ..

ବାଗ୍ଦେବୀ ନମସ୍ତୁତେ..

1 min
212


ଦେବୀ..,,, 


ସରସ୍ବତୀ ମହାମାୟୀ,, 


ଦିବ୍ୟ, କମଳ ଲୋଚନୀ, 


ବେଦ ଓ ବେଦାନ୍ତ, 


ମୀମାଂସା,ଉପନିଷଦର 


ମହନୀୟ ମନ୍ତ୍ରେ, 


ଅଭିମନ୍ତ୍ରିତ ସତ୍ୱଧାରିଣୀ, 


ଅଶେଷ ଆଶିଷ ଦାୟିନୀ..! 


ଭଗବତୀ ବିଶାଳାକ୍ଷୀ 


ଶୁଭ୍ର ବସ୍ତ୍ରା ପଦ୍ମାସନୀ, 


ଯଥା ମାନ୍ୟ,ନାନାଚାର, 


ଉପଚାର ପୂଜାର୍ଚ୍ଚନା 


ଉପାସନା ଵିଧି ଯତ୍ନେ 


ଜଡ଼ ଓ ଚେତନାର 


ସର୍ବ ମୋକ୍ଷ ପ୍ରଦାୟିନୀ..! 


ଶୁଭ୍ର ବସ୍ତ୍ରା ପରିଣୀତା,


ସ୍ୱୟଂ ବୀରା,ବୀଣା ଜିଣା,


ବର ଦଣ୍ଡ ମଣ୍ଡିତ କରା, 


ବିଶାଳାକ୍ଷୀ କୋମଳାଙ୍ଗୀ, 


ପରମାର୍ଥ କମଳିନୀ, 


ଶବ୍ଦ ପୁଞ୍ଜ ଅପୂର୍ବ ବ୍ୟଞ୍ଜନେ 


ଓଁ କାର ଧ୍ୱନୀ ବାଦିନୀ, 


କୃତାଞ୍ଜଳୀ ପୁଟେ ଆପ୍ୟାୟିତ, 


ଜୀବନ ଧନ୍ୟ,ସମ୍ବୋଦିନୀ 


ମଙ୍ଗଳମୟୀ,ବିଦ୍ୟା ଦାୟିନୀ..!


ଶବ୍ଦ ମୟ, ଅର୍ଥ ପୂର୍ଣ୍ଣ, 


ସକଳ ଶବ୍ଦ ବ୍ରହ୍ମ ସ୍ୱରୂପିଣୀ, 


ଶବ୍ଦର ଶବ୍ଦାର୍ଥ, ବ୍ରହ୍ମବାଦୀ 


ବାକ୍ୟର ବାକ୍ୟାର୍ଥ ନିରୁପିଣୀ 


ବର୍ଣ୍ଣାଢ୍ୟ ନୈପୁଣ୍ୟେ, 


ଶବ୍ଦ ବ୍ରହ୍ମ ସୁକ୍ତ, ନିରୁକ୍ତ  


ବିବିଧ ବର୍ଣ୍ଣରେ ବିଭୂଷିତା, 


ସର୍ବ ମଙ୍ଗଳ କାରିଣୀ, 


ଧୂପ ଦୀପ, ହୋମ,


ନୈବେଦ୍ୟ ଅର୍ପଣେ, 


ମନ୍ତ୍ର ସିକ୍ତ ମନ୍ତ୍ର ପ୍ଲୁତ ପ୍ରମୋଦିନୀ..!


ଭାବ ବୋଧ,ଭାବର ଭାବାର୍ଥ 


ଅଭୟ ଦାୟିନୀ, 


ବୋଧଗମ୍ୟ ସରଳ ବିଧାନେ 


ଶବ୍ଦ ଅଭିଧାନ ସୃଷ୍ଟି କାରିଣୀ..!


ତୁମେ ଶବ୍ଦରେ ତ ଶବ୍ଦ ବ୍ରହ୍ମ, 


ତୁମେ ସକଳ ଅର୍ଥରେ ଅର୍ଥ ପୂର୍ଣ୍ଣ , 


ସର୍ବ ପୂଜ୍ୟ,ସର୍ବମାନ୍ୟ, 


ତୁଷାର ହାର ଧବଳା, 


ଶ୍ୱେତ ପଦ୍ମାସନା ଧାତ୍ରୀ, 


ସାରସ୍ୱତ ସ୍ୱର ସଂଯୋଜନୀ, 


ସାତ ସୁର, ସପ୍ତ ରାଗ 


ସମଷ୍ଟି ସୃଷ୍ଟି ସ୍ଥିତି ମୋକ୍ଷ 


ପ୍ରଦାୟିନୀ, ବାଗ୍ଦେବୀ 


ଦିବ୍ୟ ଜ୍ଞାନ ସ୍ୱୟଂ ସ୍ୱରୂପିଣୀ


ନିର୍ମଳବର୍ଣ୍ଣା ଶାରଦେ ନମସ୍ତୁତେ ..!





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics