STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

ବାବା ଶ୍ରୀମାତଙ୍ଗେଶ୍ବର !

ବାବା ଶ୍ରୀମାତଙ୍ଗେଶ୍ବର !

1 min
346

ଜୀବଦାନ ଦେଲୁ ଆଲୋକ ବି ଦେଲୁ ମଣିଷ କରି ଛାଡିଲୁ

ସତେରେ କାଳିଆ କହିଦେ ରେ ମୋତେ ଗରବ କାହିଁକି ଦେଲୁ?

ମୋର ମୋର ବୋଲି ଯେତେ ପାଟିକଲେ ସବୁହେବେ ସାତପର

ତଥାପି ନିଶ୍ବାସ ଛାଡିବା ଆଗରୁ ଲୋଭ ଛାଡୁ ନାହିଁ ମୋର !

ମୁଁ ମରିଗଲେ କା ର କଣ ଯିବ କେହି ନୁହେଁରେ କାହାର

ସକଳ ସତ୍ୟର ଏକ ତୁହି ସିନା ଆପଣା ଠୁ ଆପଣାର !

ଧିକ ଧିକ ମୋର ମଣିଷ ପଣିଆ ସବୁ କଲି ଅକାରଣ

ତୋର ନାମରସ ଜପିବା ନିମନ୍ତେ କରିଦିଏ ମୁଁ ବାରଣ !

ତୋ ଠାରୁ ଜନମି ଗରବ କରୁଛି ତୋ ଠାରୁ ମୁଁ ବଡ ବୋଲି,

ତୋ ନାମ ଭଜନ କରାଇ ଦିଏନି ଅହଂକାର ଯାହାକଲି !

କି ଯଶ ପାଈଲି ସଭିଙ୍କୁ ଲୁଚିଲି ସ୍ଵୀକାର କରେ ନିଜକୁ,

ଇଟାଟେ ମାରିଲେ ପଥର ମୋ ପାଇଁ ଥୁଆ ଅଛି କପାଳକୁ !

ମୁଁ ମୁଁ ହୋଇ ଏତେ ଛୋଟ ହେଲି ମୁହଁ ପଡିଗଲା କଳା,

କ୍ଷମା ମାଗିବାକୁ ଲାଜ ଲାଗିଲାଣି ତୁମକୁ ହେ ନନ୍ଦବଳା !

ସତସଙ୍ଗ ପାଇଁ ମନା କରିବାକୁ ହେଲି ସିନା ଆଗଭର,

ମୋତେ ସତେ କ୍ଷମା ଦେବକି ହେ ନାଥ ତୁମେ ମୋ ମାତଙ୍ଗେଶ୍ବର !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics