STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ବାବା ଶ୍ରୀ ଲୋକନାଥ

ବାବା ଶ୍ରୀ ଲୋକନାଥ

1 min
243


ଜୟ ଲୋକନାଥ

ଜୟ ଭୂତ ନାଥ

  ଜୟ ଅଗତିର ଗତି

ଜୟ ତ୍ରୀପୁରାରୀ

ଭକ୍ତ ହିତକାରୀ

  ତବ ପଦେ ଥାଉ ମତି।


ଶ୍ରୀ ଜଗନ୍ନାଥ ଙ୍କ ଭଣ୍ଡାର ରକ୍ଷକ

 ଭାବେ ତୁମେ ପରିଚିତ

ତୁମ ନାମେ ଶାନ୍ତି ତୁମ ନାମେ ମୁକ୍ତି

 ତୁମ ନାମେ ସୁଖ ଜାତ।


ତୁମ ଦରଶନ ପାଇଁ ହେ ଗୋସାଇଁ

 ହୁଅଇ ଭକ୍ତ ଅଧୀର

ଦୁରାରୋଗ୍ୟ ବ୍ୟାଧି ହୋଇଯାଏ ଦୂର

  ହୋଇଲେ କୃପା ତୁମର।


ଭକତି ଅନ୍ତ ରେ ଡାକେ ଯେ ତୁମକୁ

  ତାହାରେ ସଦୟ ହୁଅ

ଦୁଗ୍ଧ ଵେଲ ପତ୍ରେ ପୂଜିଲେ ଶ୍ରୀ ପଦେ

  ବରା ଭୟ ଜାଚି ଦିଅ।

  

ଲୋକଙ୍କର ନାଥ ବୋଲି ଲୋକନାଥ

  ପଡ଼ିଛି ଜଗତେ ହୁରୀ

ଜଗତ ବାସୀଙ୍କୁ ସୁଖ ଶାନ୍ତି ଦିଅ

  ଏତିକି କରେ ଗୁହାରୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational