ଅଯଥା ସ୍ମାର୍ଟ୍
ଅଯଥା ସ୍ମାର୍ଟ୍
ସ୍ଵପ୍ନ ଦେଖିବାକୁ ଭଲ ଲାଗିଥିଲା
ସେ ସ୍ବପ୍ନ କାହାଣୀର ନାୟକ
ନିଜକୁ ହିଁ ଅବତୀର୍ଣ୍ଣ ହେବାକୁ ହେଲା
କାହାଣୀର ପାର୍ଶ୍ଵ କଳାକାର ଭୂମିକା ନଗଣ୍ୟ
ମୁଖ୍ୟ ନାୟକ ହିଁ କାହାଣୀର ସୂତ୍ରଧର
ବିନା ନାୟିକା ରେ କାହାଣୀ ରଚନା
କେବଳ ନାୟକ,ଏକାଙ୍କିକା ।
କାହାଣୀର ଦୃଶ୍ୟ ସ୍ମାର୍ଟ୍ ସିଟି ରୁ ଆରମ୍ଭ
ନାୟକର ଘରଟିଏ ପାଇଁ ଯୋଜନା
ତା କୁ ନେଇ କାହାଣୀ ପୂର୍ବରୁ ରଚିତ
କେବଳ ଅଭିନୟ ଓ ଦୃଶ୍ୟ ଉତ୍ତୋଳନ
ପରେ ପରେ ସମ୍ବଳ ଯୋଗଡର ଦୃଶ୍ୟ
ସବୁ କିଛି ଏକାକୀ ,ନିର୍ଦ୍ଦେଶନା ବି ନିଜେ
କାହାଣୀର ଶେଷ ଦୃଶ୍ୟ ହେବ
ସ୍ମାର୍ଟ୍ ସିଟି ରେ ଏକ ଘରର ମାଲିକ ।
ନାୟକଙ୍କର ଯଥେଷ୍ଟ ସମ୍ବଳ ନାହିଁ
ତଥାପି ସ୍ବପ୍ନ ପୂରଣ ପାଇଁ ଚେଷ୍ଟିତ
ରୋଜଗାର ସିମୀତ ସତ୍ତ୍ଵେ
ମନରେ ଲାଳସା ଘନୀଭୂତ
ସିଟି ସହିତ ସ୍ମାର୍ଟ୍ ଯୋଡ଼ି ହେଲା ପରେ ପରେ
ଅହେତୁକ ଦର ବୃଦ୍ଧି ଜମି କ୍ରୟ ବିକ୍ରୟ ରେ ସମ୍ବଳ ଯାହା ବି ଅଛି ,କେଉଁ କାମକୁ ନୁହେଁ
ଉପାୟ ଖୋଜା ହେଲା, ସ୍ବପ୍ନ ପୁରଣ ହେବ ।
ସିମୀତ ସଞ୍ଚୟ ଅର୍ଥ,ଆଉ ତ ସମ୍ବଳ ନାହିଁ
ସ୍ଵପ୍ନ ପୂରଣର ଆଢ଼ୁଆଳେ
ଆବଶ୍ୟକ ଅର୍ଥ ଯୋଗାଡ଼ ଉପାୟ
ଉପାୟ ବି ହାତ ପାଆନ୍ତାରେ
ଅଫିସ୍ ର ମୁଖ୍ୟ ପଦରେ ଏ ନାୟକ
କେହି ଜାଣିବାର ନାହିଁ,କିଛି ଏପଟ ସେପଟ
ସେଇୟା ହେଲା,ସ୍ବପ୍ନ ପୂରଣ କଥା
ଅନୈତିକ ଉପାୟରେ ସମ୍ବଳ ଯୋଗାଡ
ଆଗକୁ ଆଗକୁ ପାଦ ବି ବଢିଲା
ଜମି ନିବନ୍ଧିତ କାମ ବି ସମ୍ପୁର୍ଣ୍ଣ ।
ସ୍ମାର୍ଟ୍ କାମ ହେଲା,ସ୍ମାର୍ଟ ସିଟି ପାଇଁ
ହିତାହିତ ଜ୍ଞାନ ଭାସିଗଲା ସ୍ୱପ୍ନର ଢେ଼ଉରେ
ଆଗପଛ ଚିନ୍ତା କରିବାକୁ ସମୟ ନ ଥିଲା
ସ୍ୱପ୍ନର ଢେ଼ଉରେ ସନ୍ତରଣ ଦିନୁ ପ୍ରତିଦିନ
ମନରେ ଉଚ୍ଚାଟ ଭାବ ସ୍ମାର୍ଟ୍ ସିଟି ପାଇଁ ।
ଅଚାନକ ଝଡ଼ର ସୂଚନା
ଖୋଳତାଡ଼ ହେଲା ଅଫିସ୍ ର କାମ
ଅନୈତିକ କାମର ସୁରାକ ମିଳିଲା
ଉଚ୍ଚପଦସ୍ଥ ଅଧିକାରୀଙ୍କ ବିହିତ ପଦକ୍ଷେପ
ନିଲମ୍ବନ ଆଦେଶ ସହିତ ତଦନ୍ତ ପୁଙ୍ଖାନୁପୁଙ୍ଖ ।
ସ୍ୱପ୍ନର ମିନାର ଏବେ ଧୂଳିସାତ
ସ୍ମାର୍ଟ୍ ସ୍ବପ୍ନ ,ସ୍ଵପ୍ନରେ ରହିଲା
ସ୍ଵପ୍ନ ଭରା ଆଖି ଏବେ ଜାଗ୍ରତ,ସ୍ବପ୍ନ ଭଙ୍ଗ
ଆଶା ଆଶାରେ ରହିଲା
ସ୍ମାର୍ଟ୍ ସିଟି ର ସ୍ବପ୍ନ ମନରୁ ଲିଭିଲା
ଶେଷ ଦୃଶ୍ୟରେ ନାୟକର ଦୟନୀୟ ଭାବ
ସ୍ମାର୍ଟ୍ ହୋଇ ଅନୈତିକ କାମର ଶେଷ ଦଶା
ନିହାତି ଅକଥନୀୟ,ସଂଘର୍ଷ ଏବେ ବଞ୍ଚିବାକୁ ।
ସ୍ଵପ୍ନ ଠିକ୍ ଥିଲା,ସାକାର କରିବା ତରିକା ଭୁଲ୍
ସ୍ମାର୍ଟ୍ ହେବା ଠିକ୍ ଥିଲା,ଅନୈତିକ କାମ ଭୁଲ୍
ସିମୀତ ରୋଜଗାର ଠିକ୍,ବେନିୟମ କାମ ଭୁଲ୍
ଘର ବି ଥିଲା ଠିକ୍,ସ୍ମାର୍ଟ ସିଟି ରେ ଘର କଥା ଭୁଲ୍
ସବୁ ଠିକ୍ ଥିଲା, ସ୍ମାର୍ଟ ସିଟି ରେ ଘର କଥା ଭୁଲ୍
ଏବେ ସ୍ବପ୍ନ ଭୁଲ୍,ନାୟକ ଭୁଲ୍,ସ୍ମାର୍ଟ ସିଟି ବି ଭୁଲ୍
ଅଯଥା ସ୍ମାର୍ଟ୍ ହେବାର ପରିଣାମ ଭୁଲ୍ ଓ ଭୁଲ୍ ।
