STORYMIRROR

Writer Roja Panda

Inspirational

3  

Writer Roja Panda

Inspirational

ଅତ୍ୟନ୍ତ ବିଶ୍ୱସ୍ତ

ଅତ୍ୟନ୍ତ ବିଶ୍ୱସ୍ତ

1 min
13.7K



ତୁମ ଛାତିର ସ୍ପନ୍ଦନେ ମତେ ରଖିଥିଲ ତୁମେ ଲୁଚେଇ

ତୁମ ଆଖିର ବନ୍ଧନେ ମତେ ଦେଖୁଥିଲ ତୁମେ ବସେଇ


ମୋ ହାତର ମେହେନ୍ଦୀ ରଙ୍ଗରେ ତୁମେ ହସୁଥିଲ

ମୋ ଦେହରେ ହଳଦୀ ଚନ୍ଦନ ତୁମେ ମାଖୁଥିଲ


ମୋ ଅବୁଝା ରାତିରେ ତୁମେ ଆସୁଥିଲ ସ୍ବପ୍ନ ହୋଇ

ମୋ ଅଳସୀ ଆଖିକୁ ନିଦ ଆଣୁଥିଲ ଗୀତ ଗାଇ


ତୁମେ ନିଷ୍ଠା ଓ ବିଶ୍ୱାସ ନେଇ ଭଲ ପାଉଥିଲ

ମୁଁ ଫେରିବି ସେଇ ଭରଷା ନେଇ ଜିଉଁଥିଲ


କିଟକିଟ ଅନ୍ଧାର ଭିତରେ ତୁମେ ଖୋଜୁଥିଲ ମୋ ଛାଇ

ଆଦ୍ୟ ଆଷାଢ଼ ସ୍ପର୍ଶରେ ଆପେକ୍ଷିକ ଚାତକ ହୋଇ


ମୁଁ ଫେରିଛି ଫେରିଛି ଦେଖ କେବଳ ତୁମରି ପାଇଁ

ତୁମ ଛାଇରେ ଛାଇଟେ ହେଇ,ତୁମ ପାଦରେ ପାଦ ମିଶେଇ


ଚାଲ ରହିବା ଚିରକାଳ ପାଇଁ ଆମେ ପରସ୍ପରର ବିଶ୍ୱସ୍ତ ହୋଇ

ଭଲ କର୍ମ କରିଯିବା ବିନା କିଛି ଲୋଭଲାଳସାରେ ପବିତ୍ର ହୃଦୟ ନେଇ


ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟଣା

କଟକ-୭୫୩୦୧୦

Email-roja.saumya@gmail.com


Rate this content
Log in

Similar oriya poem from Inspirational