STORYMIRROR

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ଅଟଳ- କଲାମ ଯୋଡି ମହାନ

ଅଟଳ- କଲାମ ଯୋଡି ମହାନ

1 min
12.9K


ଦେଶ ଭକତିର ପରାକାଷ୍ଠା ଦେବ ଲୋଡା ଅବା ଆଉ କେଉଁ ପ୍ରମାଣ

ଅଟଳଙ୍କ ପରି ହିନ୍ଦୁ ଟିଏ କାହିଁ କଲାମଙ୍କ ପରି ମୁସଲମାନ !

ସାମ୍ବାଦିକ ଠାରୁ ଜୀବନଯାତ୍ରା କଲ କବିପ୍ରାଣ ହେ ବାଜପେୟୀ

ରାଷ୍ଟ୍ରବାଦୀ ନେତା ବାଗ୍ମୀ ବକତା ତୁମପରି ଅଛି ଦୁତୀୟ କେହି !

ବିରୋଧୀ ଦଳରେ ବସୁଥିବା ବେଳେ ଗରବେ ନେହେରୁ ଚିହ୍ନାଉଥିଲେ

ବିଦେଶୀ ଅତିଥି ମାନଙ୍କୁ ଦେଶର ଭବିଷ୍ୟ ପ୍ରଧାନମନ୍ତ୍ରୀ ଏ ଭଲେ ।

ତିନି ପାଳି ହେଲ ପ୍ରଧାନମନ୍ତ୍ରୀ ଭାଂଗି କଂଗ୍ରେସର ଅଭେଦ୍ଯ ଗଡ

ସର୍ବମାନ୍ୟ ନେତା ଅଜାତଶତୃ ତୁମ ଠାରୁ ନେତା ନାହିଁ କେ ବଡ ।

ସାମ୍ପ୍ରଦାୟିକ କଳି ବିଭୀଷିକା ଗୁଜରାଟ ଯେବେ ଗଲାଟି ଜଳି

କହିଲ ଶାସକେ 'ନିଭାଅ ତୁମର ରାଜଧର୍ମ' ଛାଡି ଧର୍ମର କଳି ।

ପୋଖରାନ ଠାରେ ଅଣୁ ପରୀକ୍ଷଣ କରିଲ ଦମ୍ଭରେ ଆଟମ୍ ମ୍ୟାନ୍

ରାଜନୀତି ଗନ୍ଧ ବାଜିନି ଯାଠାରେ ଯୋଡିଟି ତୁମର ମିସାଇଲ୍ ମ୍ୟାନ୍

ଅନେଶୋତ ଠାରୁ ପ୍ରଧାନମନ୍ତ୍ରୀ ହୋଇଲ ପୂର୍ଣ ସମୟ ପାଇଁ

ବରିଲ ଆବୁଲ ପାକିର ଅବ୍ଦୁଲ କଲାମଙ୍କୁ ଦୁଇ ହଜାର ଦୁଇ ।

ଅଟଳ କଲାମ ଯୋଡି ଭାରତର ରାଜନୀତି ଆକାଶରେ ଜାଜୁଲ୍ୟ

ସ୍ୱର୍ଣାକ୍ଷରେ ହେଲା ଲିପିବଦ୍ଧ ନାହିଁ ନଆସିବ ଆଉ ନେତା ଅତୁଲ୍ୟ ।

ଚାଳିଶ ବର୍ଷରେ ବୈଜ୍ଞାନିକ ଚାରି ମିନିଟରେ ହୋଇଲ ରାଷ୍ଟ୍ରପତି

ପ୍ରୋଟୋକଲ ର ଅଡୁଆ ସୁତାଟି କାଟି ଦେଲ ତୁମେ କେଡେ ଝଟତି ।

ଯୁବଛାତ୍ରଙ୍କୁ ଶପଥ ଦିଆଇ ଦେଶର ଭବିଷ୍ୟ ଲାଗି ଭିଜନ୍

ସରଳ ଜୀବନେ ଆହେ ଦେଶପ୍ରାଣ ଭରିଥିଲ ଚେତନାଟି ମହାନ୍ ।

ଦେଶର ସେବାରେ ମଗନ ଉଭୟ କରିନାହଁ କେ ଦାର ପରିଗ୍ରହ

ସିଦ୍ଧ ସାଧକ ସଂସାର ବରିଲେ ଦେଶଦଶ ପାଇଁ ହୁଅନ୍ତା ଗ୍ରହ ।

ଦୁହେଁ ହେଲ ଆଜି ଇତିହାସ ସିନା ରଚିଗଲ ଅମ୍ଳାନ ଇତିହାସ

ତୁମ ଦୁହି ପରି ଜନନେତା ଖୋଜି ମିଳେ ଖାଲି ଏ ଦେଶେ ପରିହାସ ।

ଅଟଳ କଲାମ ଯୋଡି ଫେରିଆସ ତୁମକୁ ଭାରତ ମାତାର ରାଣ

ଅଧୁରା ସ୍ୱପ୍ନକୁ ପୁରା କର ତବ ଫେରିବ କି ସ୍ୱର୍ଗ ମୋହ ତେଜିଣ ।


Rate this content
Log in

Similar oriya poem from Inspirational