STORYMIRROR

Srinibas Mahalik

Fantasy

2  

Srinibas Mahalik

Fantasy

ଅଠର ବୟସୀ

ଅଠର ବୟସୀ

1 min
13.4K


ଅଠର ବୟସୀ କାଖରେ କଳସୀ

ଦେଖିଲି ମୁଁ ନଦୀ କୂଳେ

ଅପସରିଟିଏ ଓହ୍ଲେଇ ଆସିଛି

ଏ ଧରାପୃଷ୍ଠକୁ କାଳେ ।।

ଅପୂର୍ବ ସୁନ୍ଦରୀ ସେହି ଅପସରି

ସୃଷ୍ଟିରେ ସିଏ ହିଁ ଏକା

ଅନୀଳ ଆକାଶ ତାହାରି ଆଗରେ

ପଡିଯିବେ ସବୁ ଫିକା ।।

ଅଜଣା ସୁନ୍ଦରୀ ହୋଇଲା ପୀରତି

ଦେଖି ତା'ର ଗୋରା ଦେହ

ଅସୁମାରି ମନ ସହିପାରିଲାନି

କରିଗଲା ଟିକେ ମୋହ ।।

ଅନାମିକା ସେହି ସୁନ୍ଦରୀ ଉପରୁ

କାଢ଼ି ପାରିଲିନି ଦୃଷ୍ଟି

ଅବିଶ୍ୱାସନୀୟ ପ୍ରଭୁଙ୍କର ଲୀଳା

ବିଚିତ୍ର ତାଙ୍କର ସୃଷ୍ଟି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy