STORYMIRROR

Niranjan Sahu

Inspirational

2  

Niranjan Sahu

Inspirational

ଅଠର ବର୍ଷ କମ ପିଲାକୁ ଗାଡିମନା

ଅଠର ବର୍ଷ କମ ପିଲାକୁ ଗାଡିମନା

1 min
14.4K


ଧାନକୁ କୁଟିଲେ ଚାଉଳ ହେବ

ଚାଉଳ କୁଟିଲେ ଚୁନା

ଅଠର ବରଷ ପିଲାକୁ

ଗାଡି ଚଲେଇବା ମନା

ବାପା ମାଆ ଯଦି ଗାଡି ଦେଉଥିବେ

ଏଇ କଥା ମନେରଖିବେ

ଚାଲି ଯାଉଥିବା ଦାଣ୍ଡର କିଳାକୁ

ନିଶ୍ଚୟ ଘରକୁ ଡାକିବେ

ବାପା ମାଆ ମାନେ ମୋହରି କଥାକୁ

ମନରେ ଟିକିଏ ହେଜିବେ |


ନିଜର ପିଲା୍କୁ ଆକଟ କରି

ସୁନାର ସଂସାର କରିବେ

ନହେଲେ ସତ କଥାଟିଏ କହୁଅଛି ମୁହିଁ

କଥାଟିକୁ ଟିପିରଖ

ଅଖା ଧୋଉଥିବ ଗୁଣ ଗାଉଥିବ

କିଏ ଶୁଣିବେନି ଦୁଃଖ

ଆମ ଘର ପାଖେ ଘଟଣା ଘଟିଲା

ଘଟଣାଟିକୁ ମୁଁ ଦେଖିଲି

ବିଷୟ ବସ୍ତୁ ସବୁବୁଝି କରି

ତୁମ ପାଇଁ ପଦେ ଲେଖିଲି |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational