STORYMIRROR

Chinmaya Kumar Nayak

Inspirational

3  

Chinmaya Kumar Nayak

Inspirational

ଅତୃପ୍ତ ଆତ୍ମା

ଅତୃପ୍ତ ଆତ୍ମା

1 min
361

ମୁଁ ଆଜି ଘୁରିବୁଲୁଛି ଦୁଃସହ ଯାତନାର ଜହରକୁ ପିଇ,

ମୋ ପାପର ଦଣ୍ଡ ଯଦି ଜାଣିଥାନ୍ତି ଏତେ ଭୟାଭୟ

ଆଦରି ନଥାନ୍ତି ଏ ପଥ ଜୀବନକୁ ହାରିଦେବା ପାଇଁ। 


ଶତ ଚେଷ୍ଠା ପରେ ବି ମୁଁ ପାରେ ନାହିଁ କରି ମୋର ଭାବକୁ ପ୍ରକାଶ,

ମୋ ନିଜ ପରିଧି କେନ୍ଦ୍ରବିନ୍ଦୁରେ ତୁଛାଟାରେ ହୁଏ ହନ୍ତସନ୍ତ

କିନ୍ତୁ ପାରେନାହିଁ ଛୁଇଁ ସେ ଅତୀତ ରେଖାକୁ ଅନ୍ଧକାରେ ଲୀନ ମୋ ଭବିଷ୍ୟ। 


ଆତ୍ମୀୟ ସ୍ୱଜନ ଯେତେ ବାଛି ନେଲେଣି ନୂଆ ରାସ୍ତା ବଞ୍ଚିବାର,

ବିସ୍ମୃତ ସ୍ମୃତିଟେ ପରି ମୁଁ ଆଜି ଅଂଶୀଦାର ନୁହେଁ ସେମାନଙ୍କ ସୁଖରେ ଦୁଃଖରେ

ସେଥିପାଇଁ ଜଳିଯାଏ ମୁହିଁ କାରଣ ମୁଁ ଏବେ ବି ଜିଉଁଛି ସେଇ ମୁହୂର୍ତ୍ତ ଅତୀତର। 


ହାରିଥିଲି ଜୀବନକୁ ଭାବିଥିଲି ଯନ୍ତ୍ରଣାରୁ ମୁକ୍ତ ହେବି ବୋଲି,

କିଏ ଜାଣିଥିଲା ସମୟ ଅଟକି ଯିବ ମୋ ପାଇଁ ଏମିତି

ଆଜି ଭାବି କିବା ଲାଭ ଜାଣିଜାଣି ନିଜର ମୁଁ ନିଜେ ଶତ୍ରୁ ହେଲି।


ଯାହା ପାଇଁ ଆତ୍ମହତ୍ୟା କରିଥିଲି ଭାଙ୍ଗି ମୁଁ ଦୁଃଖରେ,

ସେ ଆଜି ହସୁଛି ସୁଖେ ମଜ୍ଜି ଯାଇ ତା ସ୍ୱୀକୃତ ଜୀବନ ଜୁଆରେ

ମୁଁ କିନ୍ତୁ ହାରିଗଲି ଜୀବନର ଏଇ ଏକ କ୍ଷୁଦ୍ର ପ୍ରହାରରେ। 


ଅତୃପ୍ତ ଆତ୍ମାଟେ ମୁହିଁ ଲେଖୁଛି ମୁଁ ମୋ ଆତ୍ମ ଚରିତ

ଭୁଲିବନି ପାଠକ ହେ ଜୀବନ ମାତ୍ରକେ ହିଁ କଣ୍ଟକିତ ପଥ

ନ ହାରି ଜୀଇଁବାର ଶୈଳୀ ଯାଅ ଶିଖି ଆତ୍ମହତ୍ୟା ନୁହେଁ ସେ ଦୁଃଖର ସମାପ୍ତ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational