ଅତ୍ମାଲବ୍ଧ ପ୍ରେମ
ଅତ୍ମାଲବ୍ଧ ପ୍ରେମ
ନଦେଖି ନଦେଖି ଦିନ କଟିଯାଏ
ନଛୁଇଁ ନଛୁଇଁ ରାତି ବିତିଯାଏ
ଏ ତୁମ ମୋ ଭିତରର ପ୍ରେମ
ଯାହା ଆଗକୁ ମୋତେ ବାଟ କଢାଏ|
ପ୍ରେମ ବୁଝେ ନାହିଁ କିଛି
ବୁଝାଇଦିଏ ସବୁ କିଛି
ଚାହେଁ ନାହିଁ କିଛି
ପାଏ ସବୁ କିଛି |
ଏ ପ୍ରେମରେ ଦୁଃଖସୁଖ ଏକା କଥା,
ଆଖିର ଲୁହ ଆଉ ଓଠର ହସ
କହେ ଏକା କଥା |
ଜୀବନର ଅର୍ଘ୍ୟଦାନ ପ୍ରାଣ ତୃପ୍ତି ଆଣେ
ଦେହକୁ ବିବସନ କରେ ନାହିଁ
ଅନ୍ତକରଣର ଖୋଲେ ଆବରଣ |
ଅତ୍ମାଲବ୍ଧ ପ୍ରେମ
ଗ୍ରାସ ହୁଏନାହିଁ କାଳର ଗ୍ରାସରେ
ଜୀର୍ଣ୍ଣ ହୁଏ କାଳ ପ୍ରେମର ବସରେ
ଈଶ୍ୱର ହିଁ ପ୍ରେମ ,ପ୍ରେମ ହିଁ ଈଶ୍ୱର |

