Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

3  

Jagannath Barik

Inspirational

ଅତିଥି ସେବା

ଅତିଥି ସେବା

1 min
315


ଅତିଥି ମହତ୍ତ୍ୱ କର ଶ୍ରବଣ

ଧରମ ଶାସ୍ତ୍ରରେ ଯାହା ଲିଖନ

ଯାହାର ଦ୍ୱାରୁ ଅତିଥି ନିରାଶ

ଶୂନ୍ୟ ହସ୍ତେ ଫେରେ ତାର ବିନାଶ

ସର୍ବ ପୂଣ୍ୟ ଫଳ

ଗୃହସ୍ଥର ଧର୍ମବଳ ସମ୍ବଳ ||


ଶତ କୁଟୁମ୍ବଙ୍କୁ କରିଲେ ଦାନ

ଏକ ଅଭ୍ୟାଗତ ତୁଲେ ସମାନ

ଶତ ଅଶ୍ଵମେଧ ଯାଗର ଫଳ

ଏକ ଅତିଥି ସତ୍କାରେ ସଫଳ

ଶତ ଦ୍ଵିଜେ ଦାନ

ଦେଲେ ହେବ ଏକ ଋଷି ସମାନ ||


ଶତ ଋଷି ଦାନେ ଏକଇ ମୁନି

ଶତ ମୁନିରେ ଏକ ମହାମୁନି

ଶତ ମହାମୁନି ହେଲେ ତୃପତି

ଯେଉଁ ପୂଣ୍ୟଫଳ ହେବ ପ୍ରାପତି

ଏକ ଅତିଥିରେ

ଅନୁଦାନେ ସେହି ସୁଫଳ ମିଳେ ||


ଅତିଥି ଦେବତା କର ପୂଜନ

ଅତିଥି ପୂଜନେ ପୁଣ୍ୟ ଅର୍ଜନ

ସୁଯୋଗ ଯାହାର ଭାଗ୍ୟରେ ଥିବ

ଅତିଥି ସେବା ତାହାକୁ ମିଳିବ

ଦୟା ସୁବିନୟ

ଶୁଦ୍ଧ ପୂତ ଜ୍ଞାନ ହେବ ଉଦୟ ||



Rate this content
Log in

Similar oriya poem from Inspirational