ଅତୀତକୁ ପ୍ରଶ୍ନ
ଅତୀତକୁ ପ୍ରଶ୍ନ
ଅତୀତ ତୋ ପାଇଁ କିଛି ପ୍ରଶ୍ନ
ଦେଇ ପାରିବୁକି ମୋ ଉତ୍ତର ତୁ ଅନାୟାସ ରେ
ମୋ ଅଭୂଲା ଦିନ ଫେରେଇ ପାରିବୁ କି ତୁ
ମୋ ପିଲାବେଳ ମୋ ଧୂଳି ଖେଳ ମୋ ମା କୋଳ
ସବୁ କୁ ଏକ ନିବୁଜ କୋଠରୀ ରେ ବାନ୍ଧି ରଖିଛୁ
ଦେଇ ପାରିବୁ କି ତାର ଚାବି
ଖୋଲି ପାରିବି କି ସେ ଅପାସୋରା ଦିନ
ଧୂଳି ସହିତ ଧୂଳି ହୋଇ ସେ ଖେଳ
ଗୋଧୂଳି ବେଳ ର ସେ ସୁନ୍ଦର ସମୟ
ଆଉ ଡର ଲାଗିଲେ ବୋଉ ର ପଣତ ତଳେ ଲୁଚକାଳୀ ଖେଳ
ସାଙ୍ଗ ମାନଙ୍କ ସହ ଆମ୍ବତୋଟା ରୁ ଆମ୍ବ ଚୋରି
ଜାମୁ କୋଳି ରେ ଲୁଣ ଲଙ୍କାଗୁଣ୍ଡ ମିଶା ପାଗର ଜୁ ମଜା
ରଜ କୁମାର ପୂନିଅଁ ରେ ନୂଆ ଜାମା ପାଇଁ ଜିଦି
ମିଛି ମିଛିକା ହସ କାନ୍ଦ ର ଧମକ
କୁଆଡେ ଲୁଚି ଗଲା ସବୁ
ତତେ ନେହୁରା ହେଉଛି ରେ ଅତୀତ
ମୋତେ ସେ ନିବୁଜ କୋଠରୀ ର ଚାବି ଥରେ ଦେ।
