STORYMIRROR

Tapaswini DashSarangi

Classics

3  

Tapaswini DashSarangi

Classics

ଅତୀତକୁ ପ୍ରଶ୍ନ

ଅତୀତକୁ ପ୍ରଶ୍ନ

1 min
201

ଅତୀତ ତୋ ପାଇଁ କିଛି ପ୍ରଶ୍ନ

ଦେଇ ପାରିବୁକି ମୋ ଉତ୍ତର ତୁ ଅନାୟାସ ରେ

ମୋ ଅଭୂଲା ଦିନ ଫେରେଇ ପାରିବୁ କି ତୁ

ମୋ ପିଲାବେଳ ମୋ ଧୂଳି ଖେଳ ମୋ ମା କୋଳ

ସବୁ କୁ ଏକ ନିବୁଜ କୋଠରୀ ରେ ବାନ୍ଧି ରଖିଛୁ

ଦେଇ ପାରିବୁ କି ତାର ଚାବି

ଖୋଲି ପାରିବି କି ସେ ଅପାସୋରା ଦିନ


ଧୂଳି ସହିତ ଧୂଳି ହୋଇ ସେ ଖେଳ

ଗୋଧୂଳି ବେଳ ର ସେ ସୁନ୍ଦର ସମୟ

ଆଉ ଡର ଲାଗିଲେ ବୋଉ ର ପଣତ ତଳେ ଲୁଚକାଳୀ ଖେଳ


ସାଙ୍ଗ ମାନଙ୍କ ସହ ଆମ୍ବତୋଟା ରୁ ଆମ୍ବ ଚୋରି

ଜାମୁ କୋଳି ରେ ଲୁଣ ଲଙ୍କାଗୁଣ୍ଡ ମିଶା ପାଗର ଜୁ ମଜା

ରଜ କୁମାର ପୂନିଅଁ ରେ ନୂଆ ଜାମା ପାଇଁ ଜିଦି

ମିଛି ମିଛିକା ହସ କାନ୍ଦ ର ଧମକ

କୁଆଡେ ଲୁଚି ଗଲା ସବୁ

ତତେ ନେହୁରା ହେଉଛି ରେ ଅତୀତ

ମୋତେ ସେ ନିବୁଜ କୋଠରୀ ର ଚାବି ଥରେ ଦେ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics