STORYMIRROR

PURUSOTTAM NAYAK

Abstract

2  

PURUSOTTAM NAYAK

Abstract

ଅତୀତ

ଅତୀତ

1 min
282

 ସ୍ମୃତିର ବଉଦ ତଳୁ ମନେପଡେ 

        ଖଣ୍ଡଖଣ୍ଡ ସାଇତା କଥା, 

କାହିଁଗଲୁ ଅତୀତରେ ଭାଳି ଲାଗେ 

           ମୋତେ ଘୋର ବ୍ୟଥା . 

ତୁ ରହିଯାଉ ମନର 

         ଏକ ଗୁପ୍ତ ଗ୍ରନ୍ଥାଗାରେ 

ସୃଷ୍ଟିକରୁ ପୁଣି ଇତିହାସ 

    ରୁଦ୍ଧିମନ୍ତ କରୁ କେତେ ଜୀବ ମାନସରେ

 ସ୍ରଷ୍ଟାଙ୍କ ସୃଷ୍ଟିରେ ସଭିଁଙ୍କ, 

କ୍ଷତ ଅକ୍ଷତ ଜୀବନର ସାଇତା ଦଲିଲ ଧରି, 

ସାଇତି ରଖୁତୁ ଝଡା ଫୁଲର 

        ଦୁଃଖ ଜର୍ଜରିତ କାହାଣୀ, 

     ଅବାଶାନ୍ତ ସ୍ନିଗ୍ଧ ଝରଣାର ବାରି,

ଉତ୍ଥାନ ପତନ ଅବା ବିବର୍ତ୍ତନ 

   ପୁଣି ସୃଷ୍ଟିର ଅୟମାରମ୍ଭ ଦିନ, 

  ଲେଖିଛୁ ଗାନ୍ଧି ଆଉ ବୁଦ୍ଧଙ୍କ ଜୀବନ. 

    ତୁ ହିଁ ଚିରନ୍ତନ ସତ୍ୟ ର ଆହ୍ବାନ

  ତୋର ପାଶେ ଚଳେ ନାହିଁ 

          କାହାର ମିଛ ପରିଚୟ,

    କରୁ ଅନ୍ବେଷଣ, ସମାଜେ ଦେଉତାର 

       ମୁଖା ଖୋଲି ଦେଉ 

         ଶତ ସତ୍ୟ ପରିଚୟର ବୟାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract