STORYMIRROR

Satyanarayan Sahoo

Romance

3  

Satyanarayan Sahoo

Romance

ଅତୀତ

ଅତୀତ

1 min
171


ଅତୀତ ସ୍ମୃତିରେ ମନ ହୁଏ ଆକୁଳିତ

ଆହା କି ଆବେଗ ଭରା ଅତୀତ ମୁହୂର୍ତ୍ତ ।


ନାନା ଭାବ ଚେତନାରେ ହୁଏ ନିମଗନ

ଦେଖୁ ଥାଏ ମନ ନିତି ଅତୀତ ସପନ । 


ସନ୍ତ।ପ  ପିପାସା  ପୀଡ଼ା  ଆବେଗ ଆହ୍ୱାନ 

ଘେନିଣ ଚଳଇ ଅତୀତ ଅବସ୍ଥା ମାନ ।


ଯୋଗାଏ ଯେ ନବ ନବ ଅଭିନବ ଭାବ

ମନେ ପଡେ ବିଗତର ଦୃଶ୍ୟମୟୀ ଭାବ ।


ମନ ଖୋଲି ଦେଖଇ ଯା ଜନ ନୟନରେ

ମନୋରମ ଦୃଶ୍ୟ।ବଳି ଭାସି ଆସେ ଧୀରେ ।


ମୁର୍ହୁମୂର୍ହୁ ଅନୁକ୍ଷଣ ସୁଦୀର୍ଘ ଜୀବନେ

ଅତୀତ ଗୁମୁରି ଉଠେ ସୁମଧୁର ସ୍ୱନେ ।



Rate this content
Log in

Similar oriya poem from Romance