STORYMIRROR

Kalandi pal

Inspirational

4  

Kalandi pal

Inspirational

🥀ଅତୀତ କି ଫେରି ଆସେ 🥀

🥀ଅତୀତ କି ଫେରି ଆସେ 🥀

1 min
385

ବୋହି ଗଲା ପାଣି  ତୁଣ୍ଡୁ ଖସା ବାଣୀ

    ଅତୀତର ଦିନ ପୁଣି

ଫେରି ଆସେ ନାହିଁ  ଯେତେ ଯେ ଖୋଜଇ

    ଏହା ତ ଶାସ୍ତ୍ରର ବାଣୀ ।


ଆଗତ ଭବିଷ୍ୟ  ଦେଖିନି କିଏ ତ

   ଅତୀତ ଅଙ୍ଗେ ଲିଭାଏ

ଭୋଗେ ବର୍ତ୍ତମାନ  ପଥେ ଏ ଜୀବନ

    ବର୍ତ୍ତମାନ ଶ୍ରେଷ୍ଠ ହୁଏ ।


କରିବାର ଅଛି  ଯାହା ମନେ ପାଞ୍ଚି

   ବର୍ତ୍ତମାନ କରି ନିଅ

ଭବିଷ୍ୟତ ଆଶା  କରଇ ନିରାଶା

   ଦେଖିଛ କିଏ ବା କୁହ ।


ଅତୀତର ଦିନ  ଭୋଗିଛି ଜୀବନ

   କେତେ ଦୁଃଖ କେତେ ସୁଖ

ଅତୀତର ସ୍ମୃତି  ରଖେ ସେ ସାଇତି

    ମନେ ଭାବି ଲାଗେ ଦୁଃଖ ।


ଫେରି ଆସନ୍ତାକି  ଅତୀତ ବେଳଟି

    ହୋଇଯାନ୍ତି ଛୋଟ ପିଲା

ମାଆ ପଣତରେ  ମୁହଁ ଲୁଚାଇରେ

    ଖେଳୁ ଥାନ୍ତି ଦିନ ସାରା ।


ଫେରି ଆସନ୍ତାକି  ସେହି ଚାଟଶାଳି

    କେତେ ସାଙ୍ଗ ସାଥି ମେଳେ

ଗୁରୁଜୀଙ୍କ ପାଠ  ବେତ ନତ ନତ

    ଶୁଖିଯାଏ ରକ୍ତ ପଳେ ।


ଯୁବା ବୟସରେ  ରଙ୍ଗୀନ ସାଗରେ

    ପହଁରୁ ଥିଲି ମୁଁ କେତେ

ମନେ ପଡିଗଲେ ସେହି ସ୍ମୃତି ଥରେ

    ଭାବେ ଯୁବକଟି ସତେ ।


ହଜାଇ ଦେଇଛି  ଅତୀତର ସ୍ମୃତି

    ମୋର ପିତା ମାତା ସିଏ

ଖୋଜିଲେ ଯେଉଁଠି ପାଏନି କେଉଁଠି

    ଆଣି ଦେବ ତାଙ୍କୁ କିଏ ।


କେତେ ଯେ ଘଟଣା ଆଉ ଦୁର୍ଘଟଣା

    ଘଟି ଯାଇଛି ଅତୀତେ

କ୍ଷଣେ ଭାଳି ମନ  ନବ ଉନ୍ମାଦନ

    ସଞ୍ଚାରିତ ହୁଏ ଚିତ୍ତେ ।


ଫେରି ନାହିଁ କେବେ  ଅତୀତ ଏ ଭବେ

    ସ୍ମୃତି ଏକା ତାର ଝୁରେ

ସେହି ସ୍ମୃତି ଭାଳି ଦେଉଥିବା ଭରି

    ସୁଖ ଦୁଃଖ ଜୀବନରେ ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Inspirational