STORYMIRROR

Sasmita Mohapatra

Tragedy

3  

Sasmita Mohapatra

Tragedy

ଅତୀତ ହଜିଛି ମୋର

ଅତୀତ ହଜିଛି ମୋର

1 min
302


ଅତୀତ ହଜିଛି ମୋର

ଅଭୂଲା ମୋ କୁଆଁରୀ ବେଳରେ ଶ୍ରାବଣରେ ମୋ ଗାଁ

ବତୁରା ମାଟିରେ ।

ଢଳଢଳ ନୀଳ କାଚକେନ୍ଦୁ

ପୋଖରୀ ତୁଠରେ ।

ବହି ଓ ବସ୍ତାନି ଧରି

ଘରମୁହାଁ ସ୍କୁଲ ଛୁଟିରେ।


    ଅତୀତ ହଜିଛି ମୋର

ପଉଷ ର ଆଖୁ କିଆରୀ

ଦୋରୁଅ ପିଆରେ ।

ସୂରୁଜ ଉଇଁବା ଆଗରୁ

କାକରର ଫୁଲତୋଳା ବେଳେ

ଅଦିନିଆ ମେଘ ଦେଖି

କାଗଜ ଡଙ୍ଗାରେ


  ଅତୀତ ବିତିଛି ମୋର

ବୋଉ ସଙ୍ଗେ 

ମାମୁଁଘର ଅଗଣା ମାଟିରେ

ବୋହୁଚୋରି,ଲୁଚୁକାଳି

ଖେଳ ଖେଳିବାରେ

କଣ୍ଢେଇ ର ବାହାଘର

ପିଲାବେଳେ

କଣ୍ଟୁବୋଉ,ବାଡି ବରକୋଳି

ଚୋରି କଲାବେଳେ

କିଶୋରୀ ବୟସ ବେଳ

ଚାନ୍ଦ ପୂଜା,ଚାନ୍ଦିନୀ ରାତିରେ

ରଜଦୋଳି,ପାନପାଟି

ନାଲି ଅଳତାରେ

ନିଦବେଳ,ଜେଜେ ମାଆ

ଗପ ପେଡିଟିରେ

ମଧୁ ମାଷ୍ଟ୍ର, ଚାହାଳି ଘରରେ

ଗାଁ ଯାତ୍ରା, ଲକ୍ଷ୍ମୀ ପୂଜାରେ

ପିଠଉ ଗିନାଧରି

ଝୋଟି ଆଙ୍କିଲାରେ


  ଅତୀତ ହଜିଛି ମୋର

ମୋ ମାଆ ପଣତରେ

ମୋ ମାଆ ପଣତରେ

ମୋ ମାଆ ପଣତରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy