STORYMIRROR

Kalandi pal

Inspirational

3  

Kalandi pal

Inspirational

ଅତୀତ ଭବିଷ୍ୟତ

ଅତୀତ ଭବିଷ୍ୟତ

1 min
291


ଅତୀତକୁ ପ୍ରଭୁ ଅଙ୍ଗେ ଲିଭାଯାଏ

    କେ ଦେଖିଛି ଭବିଷ୍ୟତ

କାହିଁକି ଭାବିବି ଅତୀତ ଭବିଷ୍ୟ

     ବର୍ତ୍ତମାନ ଶ୍ରେଷ୍ଠପଥ

ତୁମେ, ସ୍ୱୟଂ ପ୍ରଭୁ ଜଗନ୍ନାଥ ।


ଆଖି ତ ଦେଖୁଛି ରତ୍ନ ସିଂହାସନେ

   ସ୍ୱୟଂ ପ୍ରଭୁ ପରଂବ୍ରହ୍ମ

ତା ନୀତି ଆଦର୍ଶ ଗୀତା ଭାଗବତ

   ପୁଣ୍ୟ ଦିଏ କୋଟି ଜନ୍ମ

ନିତି ଅଭ୍ୟାସିଲେ ତାହାକୁ ତୁଣ୍ଡରେ

    ମିଳିଥାଏ ପୁଣ୍ୟ ପଥ ।


ତୋ ରୂପ ଦର୍ଶନେ ତୋ ରୂପ ଭାବନେ

    ବୈରାଗ୍ୟ ଜନ୍ମଇ ମନେ

ତା ନୀତି ନିୟମେ ଯେ ପଶେ ଶରଣେ

     ଧନ୍ୟ ହୁଏ ସେ ଜୀବନେ

ବିନ୍ଦୁ ବିନ୍ଦୁ ଜଳ ଭରଇ କଳସ

     ସମ ଭକ୍ତି ବିନ୍ଦୁ ଜାତ ।


Rate this content
Log in

Similar oriya poem from Inspirational