Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ଅତି ନିକଟରୁ

ଅତି ନିକଟରୁ

1 min
293


ଅତି ନିକଟରୁ ଯେ ଦେଖିଛି

ଅନ୍ୟର ଦୁଃଖ ଦୁର୍ଦ୍ଦଶା

ଅତି ନିକଟରୁ ଯେ ଦେଖିଛି

ଅନ୍ୟର ଗରିବୀ ଓ ଲୋକହସା

ଅତି ନିକଟରୁ ଯେ ହୃଦବୋଧ କରିଛି

ପ୍ରେମ ଓ ପ୍ରତାରଣାର ହିଂସା ପ୍ରତିହିଂସା

ତା ପାଶେ ଅନୁଭୂତ ହୁଏ ମଣିଷ ପଣିଆ

ତା ମଧ୍ୟେ ପରିସ୍ଫୁଟିତ ହୁଏ ପ୍ରକୃତ ମାନବିକତା ।


ହୃଦୟର ନିଭୃତ କୋଣରୁ

ଯେ ବୁଝିଛି ଅନ୍ୟ ହୃଦୟର 

 ବ୍ୟଥା ଓ ବିବଶତା

 ସେ ବୁଝିଛି ଜୀବନର ସଂଜ୍ଞା

 ସେ ଆଣିଛି ତା ଜୁବନେ ପରିପକ୍ଵତା

 ପ୍ରୀତି ପ୍ରଣୟର ବୁଝିଛି ମାନେ

 ବୁଝିଛି ତା ଜୀବନ ସଂହିତା ।


  ପ୍ରେମକୁ ବୁଝିଛି ଯେଉଁ ପ୍ରେମିକ ପ୍ରେମିକା

   ପ୍ରେମର ଯେ ହୋଇଛି ସେବକ ସେବିକା

   ସେ ଜୀବନକୁ ଦେଖିଛି ଅତି ନିକଟରୁ

   ସାଜି ନିଜକୁ ସମାଜର ପଥ ପ୍ରଦର୍ଶକ ପ୍ରଦର୍ଶିକା

   ଅଲୋଡା ଅଖୋଜା ଏ ଜୀବନ

   ପ୍ରତି ମନୁଷ୍ୟ ଖୋଜୁଛି ତା ଜୀବନର ମାନ

   ଆଲୋକ ଓ ଅନ୍ଧକାର ମଧ୍ୟେ

    ଅତି ନିକଟରୁ ଦେଖୁଛି ତା ଅମୂଲ୍ୟ ପ୍ରାଣ ।

    

   ଅତି ନିକଟରୁ ଯେ ଦେଖିଛି

   ପରିବାର ଓ ପରିବେଶ ର ଦୁଃସ୍ଥିତି

   ସେ ବୁଝିଛି ଏ ସମାଜର ପରିସ୍ଥିତି

   ଗଣତନ୍ତ୍ର ଏବେ ନିହତ

   ପ୍ରଜାତନ୍ତ୍ର ଆଜି ଆହତ

   ମାତୃଭୂମି ମାତୃଭାଷା ଏବେ ପରାଜିତ

   ପାଶ୍ଚାତ୍ୟ ଏବେ ଆମେ ସଭିଏଁ

   ଆମ ସଭ୍ୟତା ଏବେ ପରାହତ

   ଆମ ମାତୃ ଜାତି ଆଜି ନିର୍ଯ୍ୟାତିତ

   ଭୃଣ ହତ୍ୟାରେ ଆମେ ନିମଜ୍ଜିତ ।


   ଅତି ନିକଟରୁ ଯେ ଦେଖିଛି

   ଅନାହାର ଅର୍ଦ୍ଧାହାର ଓ ବେରୋଜଗାର

   ସେ ବୁଝିଛି ମଣିଷ କରୁଛି ମଣିଷକୁ ଏତେ ହତାଦର

   ସବୁ ମଣିଷ ଜୀବନ ଆଜି ଗତି କରେ

   ହା ହା କାର ଖାଲି ହା ହା କାର ।


   ଶିକ୍ଷା, ସ୍ଵାସ୍ଥ୍ୟ, ସଭ୍ୟତା ସବୁ ଖାଲି

   ଏବେ ଚାଲିଛି ମିଛ ପଟୁଆର

   ଭିଡ ଏବେ ଏ ସମାଜେ ମିଛୁଆ ରାଧୁଆ ମାନଙ୍କର

   ସତ୍ୟବାନ୍ ମାନେ ଏବେ ଦଣ୍ଡିତ ହୁଅନ୍ତି

   ଜିତାପଟ୍ ହୁଏ ମିଥ୍ୟାବାଦୀ ମାନଙ୍କର

   ଅତି ନିକଟରୁ ଦେଖିଛି ଯେ ଏମାନଙ୍କ

   କାର୍ଯ୍ୟ ଓ ଗୁଣ ଗ୍ରାମର

   ସେ ବୁଝିଛି କାର୍ଯ୍ୟ ଶୈଳୀ

    ଏ ଭଣ୍ଡ ମାନଙ୍କର।

         

   ଅନ୍ୟାୟ ଅନୀତି ଦୁର୍ନୀତିରେ

   ଯେ ଧୁରନ୍ଧର

   ସେ ଅଟେ ଆଜିକା ସମାଜେ ପାରିବାର

   ନାରୀ ନିର୍ଯ୍ୟାତନା ବଧୂନିର୍ଯ୍ୟାତନା

   ସବୁଥିରେ ଯେ ଧୁରନ୍ଧର

   ଏବେକା ସମାଜେ ସେ ପରା ଅଟେ

   ଏ ସମାଜେ ମାନ୍ୟଗଣ୍ୟ ଓ ମାନ୍ୟବର ।


    ଦେଶେ ଓ ସମାଜେ ଚେଷ୍ଟିତ ହେବା

    ଆଣିବା ଭାଇ ସଂସ୍କାର

    ନୀତି ଆଦର୍ଶରେ ବଞ୍ଚିବାକୁ ପ୍ରୟାସ

    କରିବା ଚାଲ ସଭିଏଁ ନିରନ୍ତର

    ଅତି ନିକଟରୁ ଦେଖିବା ଚାଲ

    ଦୁଃଖ ଓ ଅବସାଦ ପ୍ରତିଟି ହୃଦୟର ।


Rate this content
Log in

Similar oriya poem from Abstract