STORYMIRROR

Debabrata Mishra

Abstract

4  

Debabrata Mishra

Abstract

ଅତାଣ୍ଡବ

ଅତାଣ୍ଡବ

1 min
230


ନୃତ୍ୟ ଚାଲିଛି ଅମଣିଷର ରକ୍ତର ରଙ୍ଗେ ହୋଇ ରଙ୍ଗାୟିତ

ଅତାଣ୍ଡବ ଇଏ, ମଦ-ମାଂସରେ ପୁରୁଷ-ନାରୀ ମଦମତ୍ତ, 

ଚାରିଆଡ଼େ ଖାଲି ଦିଶୁଛି ଅଙ୍ଗର ଅଙ୍ଗାର ରୂପୀ ଅନ୍ଧକାର

ଭୋଗବାଦର ବଜାର ପୁରା ଗରମ ଏଠି ଥଣ୍ଡାକୁ ହତାଦର l (୧) 


ଖେଳ ଚାଲିଛି ଟଙ୍କାର, ବଙ୍କା ହୋଇ ବଙ୍କା କରୁଛନ୍ତି ଅନେକ

ସଂଘର୍ଷ ନୁହେଁ ଏଠି ଘର୍ଷଣ ଚାଲିଛି ପାପ ଅଗ୍ନିର ଏ ସର୍ଜଜ,

ତୁମେ ସାଧୁ ମଣିଷ ହୋଇପାର ମୁଁ କିନ୍ତୁ ଚାହେଁ ରାକ୍ଷସ ଜୀବନ

ମୋ' ପଦଧ୍ୱନିରେ ପ୍ରକମ୍ପିତ ହେବ ମାଟି ଆକାଶ ଦୂଷିତ ପବନ l (୨) 


ମାୟା ହସୁଛି ପ୍ରତି ମୁହୁର୍ତ୍ତରେ ସେ ହୋଇଛି ବିଜୟୀ ଆଜି

ତା' ଆଗେ କିଛି ପ୍ରାପ୍ତ ଜୀବନ ନତମସ୍ତକ ହେବାକୁ ରାଜି,

ଧାବମାନ ଏଠି ସମସ୍ତେ କିନ୍ତୁ କୁଆଡ଼େ କେହି ଜାଣନ୍ତିନି

ପ୍ରାଣ କୋଟିକୋଟି କିନ୍ତୁ ପ୍ରକୃତ ଜୀବନ କେହି ବଞ୍ଚନ୍ତିନି l (୩) 


ଏ ଅତାଣ୍ଡବ ମୂର୍ଖତାର ତାଳରେ, ନିଶାର ପେଣ୍ଡାଲ ସ୍ୱାର୍ଥ ସ୍ୱରରେ

ଗରଳ ନିର୍ଗତ କରୁଛି ଅମଣିଷ ଏଠି ତୁମେ କ'ଣ ଗଣା ମଣିଷରେ,

ଗୁରୁ କାନ୍ଦୁଛି, ଧର୍ମ କାନ୍ଦୁଛି, ଶିଷ୍ଯ ଆଜି ଅବାଟର ଅମାଗଳିରେ

ଅର୍ଥ ହିଁ ଜୀବନ ସାଜିଛି, ପେଟ ସବୁକିଛି ବାକିସବୁ ତୁଚ୍ଛରେ l (୪)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract