STORYMIRROR

କଳ୍ପନା ରାୟ

Tragedy Others

3  

କଳ୍ପନା ରାୟ

Tragedy Others

ଅସୁରକ୍ଷିତ ପରୀ

ଅସୁରକ୍ଷିତ ପରୀ

1 min
168


ହଁ, ମୁଁ ପରୀଟିଏ

କଥା କୁହା କଣ୍ଢେଇ

ଭାଇଭଉଣୀ ବାପାମାଆ

ସମସ୍ତଙ୍କୁ ରଖେ ସଜେଇ

ହଁ, ମୁଁ ଅସୁରକ୍ଷିତ ପରୀ


ହଁ, ହଁ, ମୁଁ ପରୀଟିଏ

ଅସୁରକ୍ଷିତ ମାଆ ପେଟରୁ

ହୁଏତ ଅସୁରକ୍ଷିତ ଜନ୍ମ ଜନ୍ମରୁ

ବହୁତ ଅଵୋଧବେଳୁ

ହୁଏ ଦୁଷ୍କର୍ମ ପୀଡ଼ିତା

ନିନ୍ଦିତ ହୁଏ, ହୁଏତ ରେବତୀ ହୋଇ


ହଁ, ହଁ, ହଁ, ମୁଁ ପରୀଟିଏ

ଅଵଗୁଣ୍ଠନଵତୀ ନାରୀଟିଏ

ଝିଅ ଜନ୍ମ ଛାଡ଼ି ବୋହୁଜନ୍ମ ଆଦରିନିଏ

ପ୍ରତିବଦଳରେ ପାଏ ପ୍ରତାରଣା,

ଲାଞ୍ଛନା,। ଅସହ୍ୟ ଅକାଟ୍ୟ ଉଦ୍ଦୀପନା

ବସ୍ତ୍ରହରଣ ବି ସହିଯାଏ ଦ୍ରୌପଦୀ ନାମ ନେଇ


ହଁ, ହଁ, ହଁ, ହଁ, ମୁଁ ପରୀଟିଏ

ରାଜନନ୍ଦିନୀ, ରାଜରାଣୀ ସ୍ତ୍ରୀ ଆଉ ମାଆ

ମମତା ଜାଲରେ ଛନ୍ଦିହୁଏ ମନ୍ଥରା ମାନଙ୍କ ସହ

ତିରସ୍କାର ସ୍ଵାମୀ, ବନ୍ଧୁ, ହିତୈଷୀମାନେ କରନ୍ତି

ପୁତ୍ର ମୋହରେ ଅନ୍ଧ ହୁଏ

ଆଖି ଖୋଲିଯାଏ ଭରତଭଳି ପୁତ୍ରର ତାତ୍ସଲ୍ୟରେ

କିନ୍ତୁ..….ଆଉ କିଛି ନ ଥାଏ

ପୃଥିବୀ ହୋଇଥାଏ ଓଲଟପାଲଟ, ମୋ ନାଁ ନେଇ


ହଁ, ହଁ, ମୁଁ ପରୀଟିଏ

କିନ୍ତୁ ଅସୁରକ୍ଷିତ ସଂସାରର ପ୍ରତିଟି ପାହାଚରେ

ଅବୋଧ ଶିଶୁଠାରୁ ବୁଢ଼ୀ ପର୍ଯ୍ୟନ୍ତ

ପୁରୁଷ ହାତର ଅଭଙ୍ଗା କଣ୍ଢେଇ

ପେଟରେ ଓଦାକନା ଦେଇ ହସହସ ମୁହଁରେ

ସୁଖ ଦିଏ ସବୁ ଦୁଃଖକୁ ସାଉଁଟି ନେଇ

ମନର କୁହୁଳାକୁ ବାସ୍ନାରେ ପରିଣତ କରି

କର୍ତ୍ତବ୍ୟ ଜଞ୍ଜାଳରେ ପୋଡ଼ି ଛାରଖାର ହୋଇ

ବାପା ଭାଇ ସ୍ବାମୀ ପୁଅର କଥା ଶୁଣି

ସଂସାର ତରୀକୁ ବାହିନିଏ ସଜେଇସାଜେଇ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Tragedy